ଜନ୍ମଦିନରେ ସ୍ପେଶାଲ ‘ଜାନେ ଜାନ’ କେକ୍‌ କାଟିଲେ ବେବୋ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

କରୀନା ଆଜି ନିଜର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ଏହି ସ୍ପେଶାଲ ଦିନ ସେ ପରିବାର ସହିତ ବିତେଇଛନ୍ତି । କରୀନାଙ୍କ ଜନ୍ମଦିନ ପଟୌଦି ପ୍ୟାଲେସରେ ସେଲିବ୍ରେଟ ହୋଇଛି ।

ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ କରୀନା କପୁର ଅନ୍ୟତମ । ସେ ସବୁବେଳେ ନିଜ ଅଭିନୟ ଦ୍ୱାରା ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି। କରୀନା ଆଜି ନିଜର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ଏହି ସ୍ପେଶାଲ ଦିନ ସେ ପରିବାର ସହିତ ବିତେଇଛନ୍ତି । କରୀନାଙ୍କ ଜନ୍ମଦିନ ପଟୌଦି ପ୍ୟାଲେସରେ ସେଲିବ୍ରେଟ ହୋଇଛି । ଏହି ବାର୍ଥଡେ ପାର୍ଟିରେ ତାଙ୍କ ଭଉଣୀ କରିସ୍ମା ମଧ୍ୟ ସାମିଲ ହେଇଥିଲେ । କରିସ୍ମା ବାର୍ଥଡେ ପାର୍ଟିର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ଫଟୋ ସବୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଫ୍ୟାନ୍‌ମାନେ କରୀନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡିକରେ କରୀନା କେକ୍ କାଟିଥିବାର ନଜର ଆସିଛନ୍ତି । ଉଭୟଙ୍କୁ ବିଭିନ୍ନ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଏକ ଫଟୋରେ କରିସ୍ମା ଲେଖିଛନ୍ତି, ‘ମେରୀ ଲାଇଫ ଲାଇନ’ । କରୀନାଙ୍କ କେକ୍ ଉପରେ ‘ହମାରି ଜାନେ ଜାନ ହାପି ବାର୍ଥଡେ’ ଲେଖା ହୋଇଛି ।

ନିଜ ବାର୍ଥ ଡେ’ ପାର୍ଟିରେ କରୀନା ମସ୍‌ଟାର୍ଡ ହଳଦିଆ ରଙ୍ଗର କଫ୍‌ତାନ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ପୋନିଟେଲ କରିଛନ୍ତି । କରିସ୍ମା ଧଳା ରଙ୍ଗର କୋ-ଅର୍ଡ ସେଟ୍ ପିନ୍ଧିଛନ୍ତି । ଏହି ଜନ୍ମଦିନ କରୀନାଙ୍କ ପାଇଁ ବହୁତ ସ୍ପେଶାଲ । କାରଣ ଆଜି ତାଙ୍କ ଫିଲ୍ମ ‘ଜାନେ ଜାନ’ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ପ୍ରଥମ ଥର ପାଇଁ OTT ପ୍ଲାଟଫର୍ମରେ ନଜର ଆସିବେ କରୀନା । ଏହି ଫିଲ୍ମରେ ବିଜୟ ବର୍ମା, ଜୟଦୀପ ଅଲହାବତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.