ଖୁବ ଶୀଘ୍ର ବାହାରୁଛି ମାଟ୍ରିକ୍ ରେଜଲ୍ଟ, ଜାଣନ୍ତୁ କିପରି କରିବେ ଚେକ୍

ଭୁବନେଶ୍ବର(କେନ୍ୟୁଜ୍) : ବାତ୍ୟା ଫନି ପାଇଁ ବିଳମ୍ବିତ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ଖୁବ ଶୀଘ୍ର ବାହାରିବାକୁ ଯାଉଛି। ଏନେଇ ଛାତ୍ରଛାତ୍ରୀଙ୍କ ବଢ଼ିଛି ହୃତସ୍ପନ୍ଦନ। ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ ବାହାରିବା ଘୋଷଣା କରାଯାଇଥିବା ବେଳେ ଫନି ପାଇଁ ତାହାକୁ ପରିବର୍ତ୍ତନ କରାଯାଇଥିଲା। ତେବେ ଆଜି ଆମେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ କିପରି ମାଟ୍ରିକ୍ ରେଜଲ୍ଟ ଚେକ୍ କରିପାରିବେ ତାହା ବିଷୟରେ କହିବାକୁ ଯାଉଛୁ।

ବୋର୍ଡ ଅଫ୍ ସେକେଣ୍ଡାରୀ ଓଡିଶା ଆସନ୍ତାକାଲି ମାଟ୍ରିକ୍ ଫଳ ଘୋଷଣା କରିବ ନେଇ ପ୍ରେସମିଟ ଅନୁଷ୍ଠିତ କରିଥିବା ବେଳେ ପରୀକ୍ଷା ଫଳ ବାହାରିବା ନେଇ କୌଣସି ସୂଚନା ମିଳିନାହିଁ। ଛାତ୍ରଛାତ୍ରୀମାନେ ବିଏସଇର ଅଧିକାରୀକ ୱେବସାଇଟ ରେ ରେଜଲ୍ଟ ଚେକ୍ କରିପାରିବେ।

cbse exam

କିପରି କରିବେ ଚେକ୍

-ଏଥିପାଇଁ ପ୍ରଥମେ ବିଏସଇର ଆଧିକାରୀକ ୱେବସାଇଟ କୁ ଯାଆନ୍ତୁ।

-ସେଠାରେ ଉପରେ କ୍ଳିକ କରନ୍ତୁ।

-ଏଠାରେ ଆପଣଙ୍କ ଆଡମିଟ କାର୍ଡରେ ଲେଖାଯାଇଥିବା ରେଜିଷ୍ଟ୍ରେସନ୍ ନମ୍ବର ଦେଇ ସବମିଟ ବଟମ୍ କ୍ଳିକ୍ କରନ୍ତୁ।

-ଏହାପରେ ଆପଣଙ୍କୁ ଆପଣଙ୍କର ରେଜଲ୍ଟ ନଜର ଆସିବ। ଏହାକୁ ଆପଣ ସେଭ କରିବା ସହ ପ୍ରିଣ୍ଟ ଆଉଟ ମଧ୍ୟ ବାହାର କରିପାରବେ।

Leave A Reply

Your email address will not be published.