ମତ ରଖିଲେ ନୀତିଶ, ସାଧାରଣ ନିର୍ବାଚନ ଏତେ ଲମ୍ବା ସମୟ ହେବା କଥା ନୁହଁ

ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ହେଭିେଓ୍ଵଟ୍ଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ବିହାରର ନାଳନ୍ଦା ସଂସଦୀୟ କ୍ଷେତ୍ରରେ ଭୋଟ୍ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ନୀତିଶ କୁମାର କହିଛନ୍ତି, ସାଧାରଣ ନିର୍ବାଚନ ଏତେ ଳମ୍ବା ସମୟ ହେବା କଥା ନୁହଁ ।
ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ଏକ ଲମ୍ବା ସମୟ ରହିଥିଲା ।

ଏହି ପ୍ରସଙ୍ଗକୁ ନେଇ ସେ ସବୁ ଦଳର ନେତାଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ନୀତିଶ କୁମାର । ପ୍ରବଳ ଗରମ ହେଉଥିବାରୁ ଭଲ ପାଗ ଥିବା ସମୟରେ ନିର୍ବାଚନ ହେବା ଆବଶ୍ୟକ । ଗରମ ହେଉଥିବାରୁ ବିଭିନ୍ନ ବୁଥ୍ରେ ଛାଇ ପାଇଁ ସେପରି କିଛି ବ୍ୟବସ୍ଥା କରାଯାଇନାହିଁ । ପ୍ରବଳ ଗରମ ସତ୍ତ୍ୱେ ଲୋକେ ଲମ୍ବା ଲାଇନ୍ରେ ଆସି ଭୋଟ୍ ଦେଉଛନ୍ତି । ସାଧାରଣ ନିର୍ବାଚନ ଜାନୁଆରୀ-ଫେବୃଆରୀ କିମ୍ବା ଅକ୍ଟୋବର-ନଭେମ୍ବରରେ ହେବା ଆବଶ୍ୟକ । ଏହା ସହ କମ୍ ପର୍ଯ୍ୟାୟରେ ନିର୍ବାଚନ ହେବା ଦରକାର ।.

 

Leave A Reply

Your email address will not be published.