କୋରାପୁଟ: ଏକତାଗୁଡା କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ, ପ୍ରମାଣ ନଷ୍ଟ ପାଇଁ କେହି ହତ୍ୟା ପରେ ପୋଡିଦେଇଥିବା ସନ୍ଦେହ

କୋରାପୁଟ(କେନ୍ୟୁଜ୍):  କାଜୁ ଜଙ୍ଗଲରେ ନରକଙ୍କାଳ ଠାବ । କୋରାପୁଟ ସଦର ଥାନା ଏକତାଗୁଡା କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ ହୋଇଛି। ଗଛ ମୂଳରେ ଶରୀରର କିଛି ଅଂଶ ପଡିଥିବାବେଳେ କିଛି ଦୂରରେ ମୁଣ୍ଡ ଓ ହାତ ପଡିଛି । ରକ୍ତଭିଜା ଏକ ଗାମୁଛା ମଧ୍ୟ ମିଳିଛି । କଙ୍କାଳଟି ପୁରୁଷ କି ମହିଳାର ଜଣାପଡିନାହିଁ । ପ୍ରମାଣ ନଷ୍ଟ ପାଇଁ କେହି ହତ୍ୟା ପରେ ପୋଡିଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଂଚିଛନ୍ତି ସାଇଣ୍ଟିଫିକର ୩ଜଣିଆ ଟିମ୍‌ । କଙ୍କାଳର ଭିଡିଓଗ୍ରାଫି କରିବା ସହ ନମୁନା ସଂଗ୍ରହ କରିଛନ୍ତି । ଭୁବନେଶ୍ୱର ଫରେନସିକ୍‌ ଲ୍ୟାବକୁ ନମୁନା ପଠାଯିବ । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି କୋରାପୁଟ ଏସଡିପିଓ ।

koraput 12

ସେପଟେ ଗତ ୧୭ ତାରିଖରେ ମାଲକାନିଗରିରି ବାଲିମେଳା ଅଞ୍ଚଳର ବିଶ୍ୱରଞ୍ଜନ ସ୍ୱାଇଁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୧୯ ତାରିଖରେ ମେଡିକାଲରୁ ଫେରାର ହୋଇଯାଇଥିଲେ । ନିଖୋଜ ଯୁବକଙ୍କ ଭାଇ କୋରାପୁଟ ଟାଉନ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସ୍ଥାନୀୟ ଲୋକ ନିଖୋଜ ଯୁବକଙ୍କ ଫଟୋ ମଧ୍ୟ ଚିହ୍ନଟ କରିଛନ୍ତି । କିଛିଦିନ ଧରି ଯୁବକ ଏହି ଅଞ୍ଚଳରେ ବୁଲୁଥିବା କହିଛନ୍ତି ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.