Below header

ସମ୍ବଲପୁରର ହୀରାକୁଦ ଅଂଚଳରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଶହ ଶହ ଏକର ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଚାଷୀ

ସମ୍ବଲପୁର: ଦିନେ ଚାଷବାସରେ ପୁରି ଉଠୁଥିବା ଏହି କ୍ଷେତ ଏବେ ବିଷାକ୍ତ ଗ୍ୟାସ କବଳୟରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରର ହୀରାକୁଦ ଅଂଚଳରେ। ବିଷାକ୍ତ ଗ୍ୟାସ ପ୍ରଭାବରେ ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି। ଏହାର ଉଚିତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ।

ସୂଚନା ଅନୁଯାୟୀ,ଏଠାରେ ଥିବା ଏକ କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇ ଏପରି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କମ୍ପାନୀରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଅଂଚଳର ୨୦୦ରୁ ଅଧିକ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ସେପଟେ ବିଷାକ୍ତ ଗ୍ୟାସ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିବା ମାନିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଚାଷୀଙ୍କୁ କିଭଳି କ୍ଷତିପୂରଣ ମିଳିବ ସେନେଇ କୃଷି ବିଭାଗ ଚେଷ୍ଟା କରିବ ବୋଲି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.