ସୁନ୍ଦରଗଡ଼ ଦେଓ ନଦୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ଯ। ଜିଲ୍ଲାର ନୂଆଗାଁ ବ୍ଲକ ଦେଇ ଯାଉଥିବା ଦେଓ ନଦୀରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହ ମିଳିବା ପରେ ହାତିବାଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଥାଉକି ବର୍ତ୍ତମାନ ଚାରିଆଡେ ବନ୍ଯା ସ୍ଥିତି ଫଳରେ ସବୁ ନଦୀ ଜଳାଣ୍ଣବ । ଯାହାଫଳରେ କେହି ହତ୍ଯା କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।  ମୃତଦେହରେ ମୁଣ୍ଡ ନଥିବାରୁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.