ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ

ପୁରୀ: ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ କରାଯାଇଛି । ଯାହାକୁ ନେଇ ପୁରୀରେ ବେଶ ଆନନ୍ଦ ପ୍ରକାଶ ପାଇଛି । ପୁରୀର ଗୋଲଡେନ ବିଚକୁ ଏହି ମାନ୍ୟତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସାଢେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ବେଳାଭୂମୀକୁ ଅନ୍ତର୍ଜାତୀୟ ସ୍ତରର ବେଳାଭୂମୀ ଭାବେ ବିକାଶ କରାଯାଇଛି ।

ବେଳାଭୂମୀର ସୌନ୍ଦର୍ଯ୍ୟକରଣ ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଲାଇଫଗାର୍ଡ ଓ ସ୍ୱତନ୍ତ୍ର ବାଥିଂ ଜୋନ, ଶୌଚାଳୟ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି । ଡେନମାର୍କ ଦେଶରୁ ମିଳୁଥିବା ଏହି ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ପ୍ରାୟ ୩୩ଟି ସର୍ତ୍ତକୁ ପୂରଣ କରାଯାଇଛି । ଏହି ମାନ୍ୟତା ପାଇଁ ସୁପାରିଶ ହେବା ପରେ ପୁରୀ ବେଳାଭୂମୀକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସମ୍ମାନ ମିଳିବ ବୋଲି ବିଚାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.