Below header

ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସ୍ପଷ୍ଟ ଦିବାଲୋକରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଗୋଡେଇ ଗୋଡେଇ କଟୁରୀରେ ହାଣିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ତେବେ ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ଲୋକନାଥ ମଜୁମଦାର। ସେ ଲକ୍ଷ୍ମୀସାଗର ଅଞ୍ଚଳର ପାନବରଜ ବସ୍ତିର ବୋଲି ଜଣାପଡିଛି। ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ କ୍ଯାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଲୋକନାଥଙ୍କର ମୁଣ୍ଡ ଓ ହାତରେ ଶକ୍ତ ଆଘାତ ହୋଇଛି। ସେହି ଅଂଚଳର ଟୁଟୁ ରାଉତ ନାମକ ଜଣେ ଯୁବକ ପୂର୍ବରୁ ଗୁରୁତର ଲୋକନାଥଙ୍କ ବାପା ଦୟାଲହରି ମଜୁମଦାର ଓ ତାଙ୍କ ମା ବିଜୁଳିରାଣୀ ମଜୁମଦାରଙ୍କୁ ମଧ୍ଯ ହାଣିଥିଲେ।

attackଏ ନେଇ ଲୋକନାଥଙ୍କ ବାପା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଟୁଟୁ ରାଉତ ବାରମ୍ବାର ଏଭଳି ଘଟଣା ଘଟାଉଥିବା ଓ ପୁର୍ବରୁ ତା ନାଁ ରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ତେବେ ତୁରନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ଟୁଟୁକୁ ଗିରଫ କରିବାକୁ ପୋଲିସ ନିକଟରେ ଅନୁରୋଧ କରିଛନ୍ତି ଲୋକନାଥଙ୍କ ବାପା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.