ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ହତ୍ଯା, ତଦନ୍ତ ଜାରି ରଖିଛି ପୋଲିସ

କଟକ(କେନ୍ଯୁଜ୍): କଟକରେ ହତ୍ଯାକାଣ୍ଡ।ବିଡାନାସୀ ଥାନା ଅଞ୍ଚଳରେ ଗତକାଲି ଏଭଳି ଘଟଣା ଘଟିଯାଇଛି। ସୂଚନା ମୁତାବକ ବିଡାନାସୀ ଥାନା ଅଞ୍ଚଳରେ ପ୍ରକାଶ ବେହେରାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ଯା କରାଯାଇଛି। ପୂର୍ବ ଶତ୍ରୁତା ଥିବା କାରଣରୁ ଏଭଳି ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପୂର୍ବରୁ ପ୍ରକାଶ ନାଁରେ ଏକାଧିକ ମାମଲା ଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.