ମୟୂରଭଞ୍ଜ : ରାସ୍ତା ଉପରେ ପରୀକ୍ଷା ଦେଲେ ଶତାଧିକ ଛାତ୍ରଛାତ୍ରୀ

ମୟୂରଭଞ୍ଜ (କେନ୍ଯଜ୍) : ରାସ୍ତା ଉପରେ ପରୀକ୍ଷା ଦେଲେ ଶତାଧିକ ଛାତ୍ରଛାତ୍ରୀ । ମୟୂରଭଞ୍ଜ ମୋରଡା ବ୍ଳକରେ ସ୍ୱାସ୍ଥ୍ୟସେବା ବିପଯ୍ୟର୍ୟ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ପାଳନ ସମୟରେ ବିଜେପି କର୍ମୀଙ୍କ ସହ ଏକ ଘରୋଇ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷଙ୍କ ମତାନ୍ତର ହୋଇଥିଲା । ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । କଲେଜ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଥିବାବେଳେ ଏହାକୁ ବନ୍ଦ କରିବାକୁ କହି ଅଧ୍ୟକ୍ଷଙ୍କୁ ବିଜେପି କର୍ମୀମାନେ ଦୁବ୍ୟର୍ବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶତାଧିକ ଛାତ୍ରଛାତ୍ରୀ ଏହାର ପ୍ରତିବାଦ କରି କଲେଜ ସାମ୍ନାରେ ଥିବା ୬୧ ନମ୍ବର ଜାତୀୟ ରାଜପଥ ଉପରେ ପରୀକ୍ଷା ଦେଇଥିଲେ । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଓ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀମାନେ ରାଜରାସ୍ତାରୁ ହଟିଥିଲେ ।

Leave A Reply

Your email address will not be published.