Below header

ସ୍ୱାମୀ ସାଜିଲା ଶଇତାନ, ଗର୍ଭବତୀ ସ୍ତ୍ରୀକୁ ଏମିତି ମାରିଲା ଯେ ମରିଗଲା ପେଟର ପିଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଉପକଣ୍ଠ ନାରଗୋଦାର ନିରୁପମା ମଲ୍ଲିକ । ଚାରି ବର୍ଷ ତଳେ ପୁରୀ ସାକ୍ଷୀଗୋପାଳ ଗବକୁଣ୍ଡ ଗାଁର ହାପି ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ଜାଣି ନଥିଲେ ଯେ ହାପିର ଦୁଇଟି ରୂପ ଅଛି । ବାହାଘର ପୂର୍ବରୁ ପ୍ରେମିକ ଭାବେ ଯେଉଁ ରୂପ ଥିଲା ତାହା ବଦଳିଗଲା ବାହାଘର ପରେ । ବାରମ୍ବାର ଅତ୍ୟାଚାରର ଶିକାର ହେଲେ ନିରୁପମା । ଏହା ଭିତରେ ଗୋଟିଏ ଦୁଇ ବର୍ଷର ପୁଅ ହୋଇଛି ସେମାନଙ୍କର । ହେଲେ ହାପିଙ୍କ ଜୁଲମ କିନ୍ତୁ କମିଲାନି ।

NIRUPAMA-3

ଶେଷରେ ଆଜି ଏଭଳି ଅବସ୍ଥା କରିଛି ଯେ ଯାହାକୁ ବର୍ଣ୍ଣନା କରିବା କଷ୍ଟକର ହୋଇପଡ଼ିଛି । ନିରୁପମା ଛଅ ମାସର ଗର୍ଭବତୀ ଥିଲେ । ହାପି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପେଟ ଉପରେ ଏଭଳି ଆଘାତ କଲେ ଯେ ଗର୍ଭସ୍ଥ ପିଲାଟି ଖସି ପଡ଼ିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯନ୍ତ୍ରଣା କାତର ନିରୁପମାଙ୍କୁ ତାଙ୍କ ଭାଇ ଆମ୍ବୁଲାନ୍ସରେ ଧରି ଆସି ପହଞ୍ଚିଲେ କ୍ୟାପିଟାଲ ହସପିଟାଲରେ । ସେତେବେଳକୁ ଗର୍ଭରୁ ଖସିପଡ଼ିଥିବା ଶିଶୁଟି ମରି ସାରିଥିଲା ଏବଂ ନିରୁପମାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ଥିଲା । ତାଙ୍କୁ ଏବେ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.