ଗ୍ଲାମର୍ସ ଉର୍ବଶୀ ରୋତେଲାଙ୍କୁ ବିନା ମେକ୍‌ଅପ୍‌ରେ ଦେଖିଲେ ଖାଇଯିବେ ଧୋକା, ଫଟୋରେ ବି ଚିହ୍ନିବା ମୁସ୍କିଲ

ବିୟୁଟି ପେଜେଣ୍ଟ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ ଉର୍ବଶୀ ରୋତେଲା। ୨୦୧୫ ମସିହାରେ ସେ ମିସ୍‌ ୟୁନିଭର୍ସ ମୁକୁଟକୁ ନିଜ ନାଁରେ କରିଥିଲେ। ଫିଲ୍ମରେ ଗ୍ଲାମର୍ସ ଲୁକ୍‌ରେ ନଜର ଆସୁଥିବା ଉର୍ବଶୀ ସବୁବେଳେ ହେଭି ମେକ୍‌ଅପ୍‌ରେ ଥାଆନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଉର୍ବଶୀଙ୍କର କେତେକ ଏମିତି ଫଟୋ ଦେଖାବାକୁ ଯାଉଛୁ, ଯାହା ବିନା ମେକ୍‌ଅପ୍‌ରେ। ଏସବୁ ଫଟୋ ଦେଖିଲେ ଆପଣଙ୍କ ଆଖି ବି ଧୋକା ଖାଇଯିବ।

ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି ଓ ତାଙ୍କ ଗ୍ଲାମର୍ସ ତଥା ବୋଲ୍ଡ ଲୁକ୍‌ରେ ଫଟୋ ସେୟାର କରିଥାନ୍ତି। କିନ୍ତୁ ଏହି ଫଟୋ ଦେଖି ଆପଣ ଚିନ୍ତାରେ ପଡ଼ିପାରନ୍ତି। ସବୁବେଳେ ହେଭି ମେକ୍‌ଅପ୍‌ରେ ଦେଖାଯାଉଥିବା ଉର୍ବଶୀ ପ୍ରକୃତରେ ସମ୍ପୂର୍ଣ୍ଣ ଭିନ୍ନ ଲାଗନ୍ତି।

uravshi rautela

ପିଲାବେଳେ ଏମିତି ଦେଖାଯାଉଥିଲେ ଉର୍ବଶୀ।

urvashi rautela

ଉର୍ବଶୀଙ୍କ ଏହି ଫଟୋ କଲେଜ ବେଳର। ଫଟୋରେ ସେ ଏକ ପିଙ୍କ କଲରର ଟପ୍ସରେ ପୋଜ୍‌ ଦେଉଛନ୍ତି।

uravshi rautela

ଉର୍ବଶୀ ଏବେ ଯାଏଁ ଏକାଧିକ ଫିଲ୍ମରେ ଅଭିନୟ କରିସାରିଲେଣି। ତାଙ୍କ ଫିଲ୍ମ ମଧ୍ୟରେ ହେଟ୍‌ ଷ୍ଟୋରୀ ୪, ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି, ସନମ୍‌ ରେ, ପାଗଲପନ୍ତି ଆଦି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.