Below header

ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ନାବାଳିକା ସହ ଦ୍ବିତୀୟ ବିବାହ କରି ସ୍ବାମୀ ଚମ୍ପଟ, ଏବେ ଧାରଣାରେ ସଙ୍ଗୀତା

ଜଳେଶ୍ବର:ନିଜ ସ୍ବାମୀଙ୍କୁ ପାଇବା ପାଇଁ ସାରା ରାତି ଉଜାଗର ହୋଇ ନଖାଇ ନପିଇ ସ୍ବାମୀଙ୍କ ଘର ସାମ୍ନାରେ ଧାରଣା ରେ ବସିଛନ୍ତି ପ୍ରଥମ ସ୍ତ୍ରୀ। ଅନ୍ଯ ପଟେ ପ୍ରଥମ ସ୍ତ୍ରୀ ଆସିବା ପୂର୍ବରୁ ଦ୍ବିତୀୟ ସ୍ତ୍ରୀକୁ ନେଇ ଚମ୍ପଟ ମାରିଛି ସ୍ବାମୀ। ଏବେ ନ୍ଯାୟ ପାଇଁ ପ୍ରଥମ ସ୍ତ୍ରୀ ସିଂଲା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବିଶିକାଦେଇପୁର ଗ୍ରାମରେ।

husbandସୂଚନା ଅନୁଯାୟୀ ସିଂଲା ଥାନା ଅନ୍ତର୍ଗତ ବିଶିକାଦେଇପୁର ଗ୍ରାମର ବିପ୍ଳବ ମଲ୍ଲିକ ନାମକ ଜଣେ ଯୁବକଙ୍କ ସହ ସୁନ୍ଦରଗଡ ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାପରେ ସେମାନେ ଉଭୟେ ଘରୁ ପଳାଇ ଆସି ୨୦୧୮ ମସିହା ଅକ୍ଟୋବର ମାସରେ ସମ୍ବଲପୁରର ଏକ ହନୁମାନ ମନ୍ଦିରରେ ବିବାହ କରିଥିଲେ । ଏହାପରେ ସ୍ବାମୀ ସ୍ତ୍ରୀ ହାଇଦ୍ରାବାଦ ପଳାଇ ଯାଇ ସେଠାରେ ଘରଭଡା ନେଇ ରହିବା ପରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ଯ କରି ଆସୁଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ବେଶ ହସଖୁସି ରେ ଦାମ୍ପତ୍ଯ ଜୀବନ ଅତିବାହିତ କରି ଆସୁଥିଲେ।

premikaମାତ୍ର ହସ ଖୁସି ର ଦାମ୍ପତ୍ଯ ଜୀବନ ଭିତରେ ଝଡ ସୃଷ୍ଟି କଲା ଲକଡାଉନ। ମାର୍ଚ୍ଚ ମାସରେ ଜରୁରୀ କାର୍ଯ୍ଯ ଥିବା କହି ମାତ୍ର ୫ ଦିନ ପାଇଁ ଘରକୁ ଆସିଲେ ବିପ୍ଳବ।ତେବେ ଲକଡାଉନ ଯୋଗୁଁ ଗାଡି ଚଳାଚଳ ବନ୍ଦ ହେବା ଯୋଗୁଁ ଆଉ ହାଇଦ୍ରାବାଦ ଫେରି ପାରିନଥିଲେ। ତେବେ ଏହି ସମୟ ମଧ୍ଯରେ ବିପ୍ଳବ ସେହି ଗ୍ରାମର ଅନ୍ଯ ଜଣେ ନାବାଳିକାକୁ ପ୍ରେମବିବାହ କରିଥିଲେ। ଫଳରେ ପ୍ରଥମ ସ୍ତ୍ରୀ ସଙ୍ଗୀତାଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ। ତେବେ ୩ ମାସରୁ ଉର୍ଧ୍ବ ସମୟ ବିତି ଯାଇଥିଲେ ବି ବିପ୍ଳବ ହାଇଦ୍ରାବାଦ ନଫେରିବାରୁ ସଙ୍ଗୀତା ବାଧ୍ଯ ହୋଇ ଓଡିଶା ଆସି ବିଶିକାଦେଇପୁର ଗ୍ରାମରେ ପହଞ୍ଚି ବିପ୍ଳବଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।

womanତେବେ ପ୍ରଥମ ସ୍ତ୍ରୀ ଓଡିଶା ଆସିବା ଖବର ଜାଣିପାରି ଦ୍ବିତୀୟ ସ୍ତ୍ରୀକୁ ନେଇ ଚମ୍ପଟ ମାରିଛି ବିପ୍ଳବ। ତେବେ ସ୍ବାମୀକୁ ନପାଇ ରାତିସାରା ନଖାଇ ନପିଇ ଘର ଆଗରେ ଧାରଣା ଦେଇଛନ୍ତି ସଙ୍ଗୀତା। ତେବେ ସ୍ବାମୀଙ୍କୁ ନପାଇବା ପର୍ଯ୍ଯନ୍ତ ଏମିତି ଧାରଣାରେ ବସିବେ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.