Below header

ଭାରତୀୟ ସେନାକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ୮ ଆତଙ୍କବାଦୀ

କଶ୍ମୀର: ଦକ୍ଷିଣ କଶ୍ମୀରରେ ଦୁଇଟି ସ୍ଥାନରେ ଏନ୍‌କାଉଣ୍ଟର। ଟଳି ପଡ଼ିଲେ ୮ ଆତଙ୍କବାଦୀ । ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର୍ ଏବେ ମଧ୍ୟ ପାମ୍ପୋର୍ ଏବଂ ସୋପିଆଁରେ ଜାରି ରହିଛି। ତେବେ ଏ ବର୍ଷ କଶ୍ମୀରରେ ନିରାପତ୍ତା ବଳ ୧୦୦ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

ସୂଚନାଥାଉକି, ଜମ୍ମୁକଶ୍ମୀର ସୋଫିଆନ୍‌ରେ ୫ ଓ ପାମ୍ପୋରରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଏହି ଦୁଇ ଅଞ୍ଚଳରେ ପୂର୍ବରୁ ହଁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା । ଗତକାଲି ରାତି ସାରା ଅପରେସନ୍‌ ଚାଲିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳୁ ସକାଳୁ ଯବାନମାନେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.