ମାଇକ୍ରୋସଫ୍ଟ ଓ୍ଵାର୍ଡ କିମ୍ବା ପାଓ୍ଵାରପଏଣ୍ଟ ଜାଣିଛନ୍ତି କି ? ଅଏଲ ଇଣ୍ଡିଆରେ ଖାଲିପଡିଛି ଜୁନିଅର ଆସିଷ୍ଟାଣ୍ଟ ପଦବୀ

କରୋନା ଯୋଗୁଁ ଆପଣ ଚାକିରି ହରାଇଛନ୍ତି କି ? କିମ୍ବା ଲକଡାଉନରେ ଆପଣ ଘରେ ରହି ରହି ବୋର୍‌ ହୋଇଗଲେଣି। ଏମିତିରେ ଆପଣଙ୍କ ପାଇଁ ଖୁସି ଖବର। ଅଏଲ ଇଣ୍ଡିଆରେ ଅନେକ ପଦବୀ ଖାଲି ପଡିଛି। ଅଏଲ ଇଣ୍ଡିଆ ଲିମିଡେଟ୍‌ ପକ୍ଷରୁ ନବରତ୍ନ ପବ୍ଲିକ ସେକ୍ଟରରେ ନୋଏଡା ସ୍ଥିତ ଅଫିସ ପାଇଁ ଏହି ଭର୍ତ୍ତି କରାଯାଉଛି। ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥର ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀ ଅଏଲ ଇଣ୍ଡିଆର େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ।

oil

ପବଦୀ ବିବରଣୀ :

ସିନିଅର ଆସିଷ୍ଟାଣ୍ଟ :୩ ( ଷ୍ଟେନୋ ଟାଇପିଷ୍ଟ)ସିନିଅର ଆସିଷ୍ଟାଣ୍ଟ : ୧ (ହିନ୍ଦୀ ଟ୍ରାନ୍ସଲେଟର)
ଜୁନିଅର ଆସିଷ୍ଟାଣ୍ଟ : ୫ ( କଲର୍କ କମ୍‌ କମ୍ପ୍ୟୁଟର ଅପରେଟର)
ଜୁନିଅର ଆସିଷ୍ଟାଣ୍ଟ : ୧ ( ହିନ୍ଦୀ ଟାଇପିଷ୍ଟ କମ୍‌ କମ୍ପ୍ୟୁଟର ଅପରେଟର)

job

ଯୋଗ୍ୟତା :

ଆବେଦନ କରୁଥିବା ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ ୬ ମାସ ଡିପ୍ଲୋମା କମ୍ପ୍ୟୁଟର କରିଥିବା ଜରୁରୀ। ଏଥିରେ ଆବେଦନ କରିବା ପାଇଁ ମାଇକ୍ରୋସଫ୍ଟ ଏବଂ ପାଓ୍ଵାରପଏଣ୍ଟ ବିଷୟରେ ଜାଣିଥିବା ଆବଶ୍ୟକ। ଟାଇପିଙ୍ଗ ସ୍ପିଡ ପ୍ରତିମିନିଟ୍‌ ୩୦ଟି ଶବ୍ଦ ହୋଇଥିବା ଆବଶ୍ୟକ।

ବୟସ :

ସାଧାରଣ ବର୍ଗଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହେବା ଜରୁରୀ। ଅନୁସୂଚତି ଜାତିଙ୍କ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ବୟସ ୩୫ ବର୍ଷ। ଓବିସି ଶ୍ରେଣୀ ପାଇଁ ସର୍ବାଧିକ ବୟସ ୩୩ ବର୍ଷ ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.