Below header

ଟ୍ରକ୍‌ ଧକ୍କାରେ ସ୍ୱାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀ

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ୱାମୀ ଜୀବିତ, ଥାନାରେ ଅଟକ ଟ୍ରକ l ଆଜି ସକାଳ ଆଠଟା ସମୟରେ ସ୍କୁଟି ଯୋଗେ କଟକ ଅଭିମୁଖେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ରସୁଲଗଡ ଦୁର୍ଗା ମଣ୍ଡପ ନିକଟରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା l ସ୍ୱାମୀ ସ୍ତ୍ରୀ ତଳେ ପଡିଯାଇଥିଲେ l

ଭୁବନେଶ୍ୱର : ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ୱାମୀ ଜୀବିତ, ଥାନାରେ ଅଟକ ଟ୍ରକ l ଆଜି ସକାଳ ଆଠଟା ସମୟରେ ସ୍କୁଟି ଯୋଗେ କଟକ ଅଭିମୁଖେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ରସୁଲଗଡ ଦୁର୍ଗା ମଣ୍ଡପ ନିକଟରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା l ସ୍ୱାମୀ ସ୍ତ୍ରୀ ତଳେ ପଡିଯାଇଥିଲେ l

ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା l ସ୍ୱାମୀ ଜଣଙ୍କ ଜୀବିତ ଥିଲେ l ପାଇଥିବା ସୂଚନା ଅନୁଯାୟୀ, ମୃତକ ତନୁଶ୍ରୀ ରାଉତ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ରୁହନ୍ତି l ସ୍ୱାମୀ ଜଣେ ଅବସର ପ୍ରାପ୍ତ ପଦାଧିକାରୀ କର୍ମଚାରୀ l ଗୋଟିଏ ପୁଅ ଗୋଟିଏ ଝିଅ l କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା ଅଟନ୍ତି l ଆଜି ସକାଳେ ସ୍ୱାମୀ ସହିତ ତନୁଶ୍ରୀ ରାଉତ ଶ୍ରାଦ୍ଧ ଦେବାପାଇଁ ସ୍କୁଟି ରେ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ l ରସୁଲଗଡ ନିକଟରେ ପହଞ୍ଚିଲା ବେଳକୁ ପଛରୁ ଗୋଟିଏ ଟ୍ରକ ଆସି ଧକ୍କା ଦେଲା l ଫଳରେ ସ୍ୱାମୀ ସ୍ତ୍ରୀ ଦୁର୍ଘଟଣାର ଶିକାର ହେଲେ l ସ୍ତ୍ରୀ ତନୁଶ୍ରୀ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ମୃତ୍ୟୁ ବରଣ କଲେ l ତେବେ ଦୁର୍ଘଟଣା କେବେ ବନ୍ଦ ହେବ ନେଇ ତାକୁ ନେଇ ଚିନ୍ତାରେ ସମସ୍ତେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.