Below header

ନିଶାଡ଼ି ସ୍ବାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀକୁ ପଥର ଉପରେ ଛେଚି କଲା ହତ୍ୟା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ ସ୍ତ୍ରୀ କୁ ପଥର ଉପରେ ଛେଚି ହତ୍ୟା କରିଛି ସ୍ୱାମୀ । ମୃତକ ହେଲେ ସୁକାନ୍ତି ନାୟକ। ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଭଗବାନ ନାୟକ ଏବଂ ସ୍ତ୍ରୀ ସୁକାନ୍ତି ମଧ୍ୟରେ କଳହ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଭଗବାନ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କୁ ଘର ବାହାରେ ଥିବା ପଥର ଉପରେ ଛେଚି ହତ୍ୟା କରିଥିଲା। ସୁକାନ୍ତି ଏବଂ ଭଗବାନ ଙ୍କର ୪ଟି ସନ୍ତାନ ଅଛନ୍ତି।

ସେଥିମଧ୍ୟରୁ ୩ଟି ପୁଅ ଏବଂ ଗୋଟିଏ ଝିଅ। ବଡ଼ ଝିଅ 4 ବର୍ଷର ହୋଇଥିବା ବେଳେ, ଗୋଟିଏ ପୁଅକୁ ୩ ବର୍ଷ। ଆଉ ଗୋଟିଏ ପୁଅକୁ ୨ ବର୍ଷ ଏବଂ ସାନ ପୁଅକୁ ୬ ମାସ । ଏନେଇ ମୃତକଙ୍କ ଭାଇ ବାବୁଲା ଜାନିଙ୍କ ଅଭିଯୋଗ ପ୍ରକାରେ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର MKCG ମେଡିକାଲ ପଠାଇଛି l ଅଭିଯୁକ୍ତ ସ୍ୱାମୀ ଭଗବାନ କୁ ପୋଲିସ ଅଟକ ରଖି ପଚରା ଉଚରା ଜାରିରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.