ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ସ୍ୱାମୀ

ମୟୂରଭଞ୍ଜ (କେନ୍ୟୁଜ୍) : ନୃଶଂସ ହତ୍ୟା। ସ୍ତ୍ରୀକୁ ପଥରରେ ଛେଚି ମାରିଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ ମାଙ୍କଡାପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ସ୍ତ୍ରୀ ଫୁକଣାକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗୋବିନ୍ଦ ନାୟକ ଗିରଫ ହୋଇଛି । କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୋବିନ୍ଦ ସ୍ତ୍ରୀ ଫୁକଣାକୁ ପଥରରେ ଛେଚି ହତ୍ୟା କରିଛି।
ପୁଅ ଘରକୁ ଫେରିବା ପରେ ମାଆର ମୃତଦେହ ଦେଖି ପଡୋଶୀଙ୍କୁ ଡାକିଥିଲା। ସ୍ଥାନୀୟ ଲୋକେ ହତ୍ୟାକାଣ୍ଡ ସଂପର୍କରେ ପୋଲିସକୁ ଖବର ଦେଇଥିଲେ। ବାରିପଦା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।