ବଚସାକୁ କେନ୍ଦ୍ରକରି ହତ୍ଯାକାଣ୍ଡ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ଯୁ

ସୁନ୍ଦରଗଡ଼(କେନ୍ଯୁଜ୍) : ସାତ ଜନମର ସାଥୀ କରିବାକୁ ଦେଇଥିଲେ କଥା ହେଲେ ନିମସକ ଝଗଡା ସାରିଦେବା ସବୁକିଛି । ବଚସାକୁ କେନ୍ଦ୍ରକରି  ଘଟିଗଲା ଏକ ଲୋକଟାଙ୍କୁରା ହତ୍ଯାକାଣ୍ଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲୀ ଥାନା  ଚିକଟନାଳି ଗାଁରେ । ଯେଉଁଠାରେ ସ୍ୱାମୀ ନେଇଛି ସ୍ତ୍ରୀର ଜୀବନ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ହୋଇଛି ମୃତ୍ଯୁ । ସୂଚନା ଅନୁଯାୟୀ ଗତକାଲି ମୃତକ ବିନତୀ ଓରାମ ସ୍ୱାମୀ ଗାନ୍ଦ୍ରୁ ଓରାମଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଗାନ୍ଦ୍ରୁ ଓରାମ, ସ୍ତ୍ରୀ ବିନତୀ ଓରାମଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏସମ୍ପର୍କରେ ଜାଣିବାପରେ ଟିକାୟତପାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି। ଗତ ଦେଢ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.