Below header

ରେଳ ଧାରଣା ଉପରେ ଛିଡିଲା ବିଦ୍ୟୁତ ତାର, କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ

କୋରାପୁଟ(କେନ୍ଯୁଜ୍) : ରେଳ ଧାରଣା ଉପରେ ବିଦ୍ୟୁତ ତାର ଛିଡି ପଡିବାରୁ ୫ଟି ଜାଗାରେ ଅଟକି ରହିଛି ୫ଟି ଟ୍ରେନ୍‌। ଭାଲୁମାସ୍କା-ଲିଲିଗୁମ୍ମା ଟ୍ରେନ୍‌ ଲାଇନରେ ପଡିଛି ତାର। ଯାହାଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଭାଲୁମସ୍କାରେ ଅଟକି ରହିଛି ରାଉରକେଲା-କୋରାପୁଟ, ଶିକରପାଇରେ ହୀରାଖଣ୍ଡ ଏକ୍ସପ୍ରେସ୍‌, ଲିଲିଗୁମ୍ମାରେ କୋରାପୁଟ-ସମ୍ବଲପୁର ପାସେଞ୍ଜର, ଟିକିରିରେ ବିଶାଖାପାଟଣା-ଡିଓଏମ୍‌ୟୁ ଓ ଲକ୍ଷ୍ମୀପୁରରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ । ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.