Below header

ବଳିଆକୁ ଜ୍ବର ଛାଡୁନି, ଚିକିତ୍ସାରେ ଅର୍ଥ କିନ୍ତୁ ବାଧକ ହେବ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟ ଭଲ ଅଛି । ହେଲେ ବଳିଆକୁ ଜ୍ବର ଛାଡୁନି । ତେବେ ଜଗା ବଳିଆଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବ ନାହିଁ । ରାଜ୍ୟ ସରକାର ଏକ କୋଟି ଟଙ୍କା ଦେଇଛନ୍ତି । ଆବଶ୍ୟକ ହେଲେ ଅଧିକ ଅର୍ଥ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସେହିଭଳି ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ଲକ୍ଷ୍ୟ ରଖି ତାକୁ ଏମ୍‌ସରେ ଅଧିକ ଦିନ ରଖିବାକୁ କହିଥିଲୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ଦିଲ୍ଲୀ ଏମ୍‌ସରେ ଆଉ ଅଧିକ ଦିନ ରହିବାକୁ ଚାହୁଁ ନଥିବା ସହ, ଭୁବନେଶ୍ୱର ଆସି ପିଲାଙ୍କ ଚିକିତ୍ସା କରିବାକୁ ଚାହୁଁଛୁ ବୋଲି ନିକଟରେ ଜଗା ବଳିଆଙ୍କ ବାପା ଭୂୟାଁ କହଁର କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.