Below header

ସୁନ୍ଦରଗଡ଼: ଦାଦାବଟି ଆଦାୟକୁ ନେଇ ଭୁଜାଲି ମାଡ

ସୁନ୍ଦରଗଡ଼(କେନ୍ଯୁଜ୍) : ସମ୍ବଲପୁରରେ ଦାଦାବଟି ଆଦାୟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟରେ ଫାଟକ ଅଞ୍ଚଳରେ ବିକାଶ ମୁଣ୍ଡା ଓ ତାଙ୍କର କିଛି ସାଙ୍ଗ ଆସି ଦୋକାନୀ ଗୋପାଳ ସାହୁଙ୍କୁ ମାଡ ମାରିଥିଲେ । ଏହାସହ  ଗୋପାଳ ଏବଂ  ତାଙ୍କର ତିନି ଜଣ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ପ୍ରତିବାଦରେ ଫାଟକ ଅଞ୍ଚଳରେ ବ୍ୟବସାୟୀ ମାନେ ରାସ୍ତାରୋକ କରିଥିଲେ । ସେପଟେ ଶୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.