Below header

ନବରଙ୍ଗପୁର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବରେ ହତ୍ୟା କଲା ସ୍ୱାମୀ

ନବରଙ୍ଗପୁର : ପତ୍ନୀ ହନ୍ତା। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବରେ ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗାଁରେ। ମୃତକଙ୍କ ନାଁ ମନାଇ ଭତରା। ତାଙ୍କ ସ୍ୱାମୀ ମଙ୍ଗୁ ଭତରା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏନେଇ ମନାଇଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଡାବଗାଁ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ। ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.