Below header

ସ୍ବାମୀର ନିଷ୍ଠୁରତା : ଝିଅ ସାମ୍ନାରେ ସ୍ତ୍ରୀର ଗଳାକାଟି କଲା ହତ୍ୟା

ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବାଦପୁର ଘାଟିର ଏକ କଳଭଟ ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ମୋହନା ଥାନା ପିଣ୍ଡିକି ଗ୍ରାମର ରୁନିତା ନାୟକ ବୋଲି ଜଣାପଡିଛି।

ପୋଲିସର ସୂଚନାଅନୁଯାୟୀ, ଟଙ୍କିଲିପଦର ଗ୍ରାମର ସୁବାସ ନାୟକ ପିଣ୍ଡିକି ଗ୍ରାମର ରୁନିତା ନାୟକଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ତିନିଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ପାରିବାରିବ କଳହ ଯୋଗୁଁ ଦୁଇ ବର୍ଷ ହେଲା ରୁନିତା ନିଜ ବାପାଘର ପିଣ୍ଡିକି ଗ୍ରାମରେ ରହୁଥିଲେ। ଗତକାଲି ସୁବାସ ଆସି ସ୍ତ୍ରୀ ରୁନିତା ଏବଂ ତାଙ୍କ ୮ବର୍ଷର କନ୍ୟାକୁ ନେଇ ବଡ଼ପଦାସ୍ଥିତ ଏକ ବିଦ୍ୟାଳୟରେ ନାମ ଲେଖାଇବାକୁ ଯାଇଥିଲେ। ଏହି ସମୟରେ ବାଦପୁର ଘାଟି ନିକଟରେ ଝିଅ ସାମ୍ନାରେ ସ୍ତ୍ରୀର ଗଳା କାଟି ହତ୍ୟାକରିଥିଲେ। ଏହା ବିଷୟରେ ତାଙ୍କ ନିଜ ଝିଅ ପୋଲିସଙ୍କୁ ସୂଚନା ପ୍ରଦାନ କରିଛି। ଏବେ ପୋଲିସ ଘଟଣାଟିର ତଦନ୍ତ କରୁଥିବା ବେଳେ ବ୍ୟବଛେଦ ପାଇଁ ରୁନିତାଙ୍କ ଶରୀର ଡାକ୍ତରଖାନା ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.