ଭିଜିଲାନ୍ସ ପଞ୍ଝାରେ ICDS ସୁପରଭାଇଜର, ଅଙ୍ଗନଓ୍ବାଡୀ କର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ

ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ICDS ସୁପରଭାଇଜର। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ lକୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅନ୍ତର୍ଗତ କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର୍ ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ଗିରଫ କରିଛି ଭିଜିଲାନ୍ସ।

ନବରଙ୍ଗପୁର (କେନ୍ୟୁଜ): ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ICDS ସୁପରଭାଇଜର। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ ।

କୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅନ୍ତର୍ଗତ କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର୍ ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ସେକ୍ଟର ଅଧିନ ବନ୍ଦୀଗୁଡ଼ା ସେଣ୍ଟରର ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ପିଲାଙ୍କ ଖେଳନା ବିଲ କରାଇ ଦେବା ବାବଦରେ୫୪ଶହ ଟଙ୍କା ଲାଞ୍ଚ ନେଉଥିଲେ । ନବରଙ୍ଗପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରିଛି l ଏଥିସହ ସୁପରଭାଇଜର ନାଗଙ୍କ ନାମରେ ଏକ ଆୟବହିର୍ଭୂତ ସଂପତ୍ତି ଠୁଳ ନେଇ ମାମଲା ରୁଜୁ ହୋଇଛି ।

ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.