Below header

ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନ୍‌ରେ ଓଡ଼ିଶାର ସ୍ଥାନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଭେଟିଲେ କନ୍ଧମାଳ ସାଂସଦ

ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନ୍‌ରେ ଓଡ଼ିଶାର ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀକୁ ସ୍ଥାନ ଦେବା ନେଇ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ପୁନର୍ବାର ଆଲେଚନା କରିଛନ୍ତି । ଡକ୍ଟର ସାମନ୍ତ ଦିଲ୍ଲୀ ଗସ୍ତ ଅବସରରେ ଆଜି ସେ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଏସଂପର୍କରେ ଆଲୋଚନା କରିଛନ୍ତି । ଡକ୍ଚର ସାମନ୍ତଙ୍କ ଅନୁରୋଧ ପରେ ଶ୍ରୀ ପଟେଲ କହିଛନ୍ତି, ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚିଠି ଲେଖି ଏହା ଉପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ଭାରତର ଆଇକନିକ୍‌ ଟୁରିଷ୍ଟ ଡେଷ୍ଟିନେସନ୍‌ରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀକୁ ସ୍ଥାନ ଦେବା ଉପରେ ନିଶ୍ଚିତ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି । ପୂର୍ବରୁ ଡକ୍ଟର ସାମନ୍ତ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.