ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନିର୍ବାଚନ, ପ୍ରମୁଖ ପଦ ଗୁଡିକରେ ମେଣ୍ଟ ପ୍ରାର୍ଥୀ ଅଛନ୍ତି ଆଗୁଆ

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ବାମ ମେଣ୍ଟ ଆଗରେ। ସଭାପତି, ଉପସଭାପତି, ସଂପାଦକ ଭଳି ପ୍ରମୁଖ ପଦବୀରେ ବାମ ମେଣ୍ଟ ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ୧୮୪୧ଟି ଭୋଟରୁ ୫୫୦ଟି ଭୋଟ ଗଣତି ହୋଇଥିବା ବେଳେ ବାମମେଣ୍ଟର ସଭାପତି ପ୍ରାର୍ଥୀ ଐଶ ଘୋଷ ୨୨୬ ଖଣ୍ଡ ଭୋଟ ପାଇଛନ୍ତି। ବୀର ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏସନର ପ୍ରାର୍ଥୀ ତଥା ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା ପଛରେ ଅଛନ୍ତି। ଉପସଭାପତି ପଦ ପ୍ରାର୍ଥୀ ସାକେତ ସୁନା ୩୬୦ ଖଣ୍ଡ ଭୋଟ ପାଇଛନ୍ତି। ବାମମେଣ୍ଟରେ ଅଲଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ, ଷ୍ଟୁଡେଣ୍ଟସ୍‌ ଫେଡେରେସନ ଅଫ ଇଣ୍ଡିଆ, ଡେମୋକ୍ରାଟିକ ଫେଡେରେସନ ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ ଏକାଠି ନିର୍ବାଚନ ଲଢୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.