ଭିଜିଲାନ୍ସ ଜାଲରେ IDCOL ଡେପୁଟି ମ୍ୟାନେଜର: ବିଭିନ୍ନ ସହରରେ ରହିଛି ୧୩ ଦାମୀ ପ୍ଲଟ୍‌, ୪ଟି ଆକାଉଣ୍ଟରୁ ମିଳିଲା ୩ କୋଟି

ଭୁବନେଶ୍ୱର (କେନ୍ୟୁଜ): କୁବେର ସରକାରୀ ବାବୁଙ୍କ ୪ଟି ଆକାଉଣ୍ଟରୁ ମିଳିଲାଣି ୩ କୋଟି ଟଙ୍କା । ମୋଟ୍‌ ୧୬ଟି ଆକାଉଣ୍ଟ ଥିବା ବେଳେ ୪ଟି ଆକାଉଣ୍ଟର ଯାଞ୍ଚ ହୋଇଛି । ଆଜି ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ୍‌ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ ଚାଲିଛି । ଚଢାଉ ବେଳେ ଗୟା ସାନ୍ତରାଙ୍କ ୧୩ଟି ପ୍ଳଟ ଠାବ ହୋଇଛି ।

ଭୁବନେଶ୍ୱର, ନୟାଗଡ ଓ ଯାଜପୁରରେ ରହିଛି ଏହି ସମସ୍ତ ପ୍ଳଟ । ବିଲ୍ଡିଂ ଓ ପ୍ଲଟ ଗୁଡିକର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସ ଟେନକିକାଲ ଉଇଙ୍ଗ । କୋରାପୁଟ ସୁଙ୍କି ଗେଟରେ ଥିବା ଭଡା ଘର, କୋରାପୁଟ ସୀମାଗୋଡାରେ ଥିବା ଅଫିସ୍‌, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟରିଂ କମ୍ପାନୀ ଓ ଓଡଗାଁରେ ଥିବା ପୈତୃକ ଘରେ ଚଢଉ ହୋଇଛି । ଏହାସହ ମୁନିଗୁଡାର ଶ୍ୱଶୁର ଘରେ ମଧ୍ୟ ରେଡ କରିଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ରେଡ୍‌ରେ ୨ଟି କାର୍‌, ୪ଟି ଦୁଇ ଚକିଆ ଥିବା ଜଣାପଡ଼ିଛି । ମଞ୍ଚେଶ୍ୱରରେ ଗୟା ସନ୍ତରାଙ୍କ ରହିଛି ୩ ମହଲା ଘର । ଜୟଦେବ ବିହାରରେ ୪ ମହଲା ଘର ନିର୍ମାଣଧିନ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.