Below header

ପାଣି ପିଉଛନ୍ତି ମହାଦେବଙ୍କ ବୃଷଭ ଓ ବାସୁଆ ବଳଦ, ରାତି ତମାମ ମନ୍ଦିରରେ ଭିଡ

ମହାଦେବଙ୍କ ସାମ୍ନାରେ ପୂଜା ପାଉଥିବା ପଥର ନିର୍ମିତ ବୃଷଭ ଓ ବାସୁଆ ବଳଦକୁ ପାଣି ଦେଲେ ପିଉଛନ୍ତି ପାଣି । ଏମିତି ଚର୍ଚ୍ଚା ଚାଲିଛି ଭଦ୍ରକ ଜିଲ୍ଲା ଗଦି ଅଂଚଳରେ । ଆଉ ବାସୁଆ ଓ ବୃଷଭଙ୍କୁ ପାଣି ପିଆଇବାକୁ ରାତି ତମାମ ଶହ ଶହ ଲୋକଙ୍କ ଭିଡ ମଧ୍ୟ ଲାଗିଛି ମନ୍ଦିରରେ ।

ଚାନ୍ଦବାଲି(କେନ୍ୟୁଜ୍): ମହାଦେବଙ୍କ ସାମ୍ନାରେ ପୂଜା ପାଉଥିବା ପଥର ନିର୍ମିତ ବୃଷଭ ଓ ବାସୁଆ ବଳଦକୁ ପାଣି ଦେଲେ ପିଉଛନ୍ତି ପାଣି । ଏମିତି ଚର୍ଚ୍ଚା ଚାଲିଛି ଭଦ୍ରକ ଜିଲ୍ଲା ଗଦି ଅଂଚଳରେ । ଆଉ ବାସୁଆ ଓ ବୃଷଭଙ୍କୁ ପାଣି ପିଆଇବାକୁ ରାତି ତମାମ ଶହ ଶହ ଲୋକଙ୍କ ଭିଡ ମଧ୍ୟ ଲାଗିଛି ମନ୍ଦିରରେ । କାନକୁ ଶୁଣିବାକୁ ଅଡୁଆ ଅଡୁଆ ଲାଗୁଥିଲେ ବି କଥାଟା ସତ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଦି ସାମନ୍ତରାୟପୁରରେ ଥିବା ଏକ ମହାଦେବ ମନ୍ଦିରରେ ।

ହଁ ଆମେ ବି ପ୍ରଥମେ ଶୁଣି ଏକଥାକୁ ବିଶ୍ୱାସ କରିନଥିଲୁ । କିନ୍ତୁ ଘଟଣାସ୍ଥଳକୁ ଯାଇ ଦେଖିଲା ପରେ ଯାହା ଦେଖିବାକୁ ପାଇଲୁ ତାହା ସହଜରେ ବିଶ୍ୱାସ କରିପାରିନଥିଲୁ । ଦେବ ଦେବ ମହାଦେବଙ୍କ ସମ୍ମୁଖରେ ପୂଜା ପାଉଥିବା ବୃଷଭ ଓ ବାସୁଆ ବଳଦ ପାଟିରେ ପାଣି ଲଗାଇଲେ ତାହା ଉଭାନ ହୋଇଯାଉଛି । ଏକଥା ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳର ଶହଶହ ଲୋକ ରୁଣ୍ଡ ହୋଇ ଚାମଚରେ ବୃଷଭ ପାଟିରେ ପାଣି ଦେଉଥିବାର ଦେଖିବାକୁ ମିଳିଥିଲା ।

bull

ସ୍ଥାନୀୟ ଅଂଚଳର ଲୋକଙ୍କ କହିବା କଥା ସାମନ୍ତରାୟପୁର ଗାଁରେ ଥିବା ବାବା ଚନ୍ଦ୍ରଶେଖର ମନ୍ଦିରରେ ପୂଜା ପାଉଥିବା ଏହି ବୃଷଭ ଓ ବାସୁଆ ପାଟିରେ ପାଣି ଲଗାଇଲେ କୁଆଡେ ଉଭାନ୍ ହୋଇଯାଉଛି । ପାଣି ତଳେ ଜମାରୁ ପଡୁନି । ତେଣୁ ଲୋକମାନେ ବିଶ୍ୱାସ କରୁଛନ୍ତି ଷଣ୍ଢ ପାଣି ପିଇ ଦେଉଛି । ଏହାକୁ ଦେଖିବାକୁ ରାତି ତମାମ ଲୋକଙ୍କ ଭିଡ ଜମିଥିଲା ସାମନ୍ତରାୟପୁର ଗାଁରେ ।

କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର । ବିଶ୍ୱାସ, ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସରେ ସଂସାର ଚାଲେ ଦର୍ଶକବନ୍ଧୁ। ତେବେ ଏଭଳି ଏକ ଅଲୌକିକ ଘଟଣା ଘଟିବାପରେ ଭକ୍ତି ଏବଂ ବିଶ୍ୱାସର ସହକାରେ ଲୋକେ ସେଠାରେ ଆରମ୍ଭ କରିଛନ୍ତି ପୂଜାର୍ଚ୍ଚନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.