ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ, ପୋଲିସରେ ଧରାଇ ଦେଇଥିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାସହ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଲୋକ ଦତ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ ।

ଭୁବନେଶ୍ୱର (କେନ୍ୟୁଜ): ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାସହ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଲୋକ ଦତ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । କାଚ ବୋତଲ ଓ ହକି ଷ୍ଟିକ୍‌ରେ ମାଡ଼ ମାରିଥିଲେ । ଗତ ଦୁଇ ତାରିଖରେ ପଟିଆ ଶ୍ରୀବିହାରରେ ଆକ୍ରମଣ ହୋଇଥିଲା । କାର୍‌, ବୁଲେଟ ଓ ସ୍କୁଟିରେ ୧୦ ଜଣ ଆସି ଆଲୋକ ଦତ୍ତଙ୍କୁ ଆକ୍ରମଣ କରିଥିଲେ ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଆଲୋକ। ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ବର୍ଷେ ତଳେ ଆଲୋକଙ୍କ ସାଙ୍ଗର ଏକ ଗାଡି ଚୋରି ହୋଇଥିଲା । କ୍ୟାମେରା ଦେଖି ପୋଲିସକୁ ଜଣାଇଥିଲେ । ଆଲୋକଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ବର୍ଷକ ତଳର ଏହି ରାଗ ସୁଝାଇଥିଲେ ଦୁର୍ବୃତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.