ଆସିବାକୁ ଯାଉଛି ବରୁଣ ଧଓ୍ଵନଙ୍କ ନୂଆ ଫିଲ୍ମ, ପୁଣି ଅଗଷ୍ଟରୁ ଆରମ୍ଭ ହେବ “VD18″ର ସୁଟିଂ

ଆସିବା ପାଇଁ ଯାଉଛି ବରୁଣ ଧଓ୍ଵନ ଓ ନିର୍ଦ୍ଦେଶକ ଆଟେଲଙ୍କର ଏକ ନୂଆ ଆକ୍ସନ ଫିଲ୍ମ । ଏହି ବିଷୟରେ ବରୁଣ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମଟି ୩୧ ମେ ୨୦୨୪ ରେ ରିଲିଜ ହେବ ।

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ଵନ ସବୁ ବେଳେ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବରୁଣ ତାଙ୍କ ଅଭିନୟ ଜରିଆରେ ଦର୍ଶକମାନଙ୍କ ମନୋରଞ୍ଜନ କରିବା ସହ ଅନେକ ଲୋକଙ୍କ ମନ ମଧ୍ୟ ଜିତିଛନ୍ତି । ବରୁଣ ପ୍ରାୟ ୧୨ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । ବରୁଣ ତାଙ୍କର ଆଗାମୀ  ଫିଲ୍ମ ‘ବଓ୍ଵାଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଫିଲ୍ମ ‘ବଓ୍ଵାଲ’  ରିଲିଜ ହେବା ପରେ ବରୁଣ ଧାଓ୍ଵନ ଓ ନିର୍ଦ୍ଦେଶକ ଆଟେଲ ଏକା ସହିତ ଏକ ଆକ୍ସନ ସିନରେ ଭରପୁର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ନିର୍ଦ୍ଦେଶକ, ସ୍କ୍ରିନ୍‌ ରାଇଟର ତଥା ନିର୍ମାତା ଶାହରୁଖ ଖାନଙ୍କ ସହ ‘ଜଓ୍ଵାନ’ ଫିଲ୍ମରେ କାମ କରୁଥିବା ବେଳେ ତାଙ୍କର ଆଉ ଏକ ଫିଲ୍ମ ବରୁଣ ଧଓ୍ଵନଙ୍କ ସହ ଆସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଫିଲ୍ମର ମୁଖ୍ୟ ଚରିତ୍ରର ନାମ ଏପର୍ଯ୍ୟନ୍ତ ଫିଲ୍ମ ମେକରମାନେ କହିନାହାନ୍ତି ।

ତରଣ ଆଦର୍ଶ ଟ୍ଵଟି କରି କହିଛନ୍ତି ବରୁଣ ଓ ନିର୍ଦ୍ଦେଶକ ଆଟେଲଙ୍କ ଆକ୍ସନ ଫିଲ୍ମ ଆସିବା ପାଇଁ ଯାଉଛି । ଏହି ଫିଲ୍ମ ୩୧ ମେ ୨୦୨୪ରେ ରିଲିଜ ହୋଇପାରେ । ଆଟେଲ ଶାହରୁଖ ଖାନଙ୍କ ଫିଲ୍ମ ‘ଜଓ୍ଵାନ’ର ନିର୍ଦ୍ଦେଶନା ଦେଉଛନ୍ତି । ଏବେ ସେ ମୁରାଦ ଖେତାନିଙ୍କ ସହ ମିଶି  ବରୁଣଙ୍କ ଫିଲ୍ମର ନିର୍ମାଣ କରିବା ପାଇଁ ଯାଉଛନ୍ତି ।

୮ ଜୁଲାଇରେ ଦୁବାଇରେ ରିଲିଜ ହେବାକୁ ଯାଉଛି ‘ବଓ୍ଵାଲ’ ଫିଲ୍ମର ଟ୍ରେଲର :

ବରୁଣ ଧଓ୍ଵନ ତାଙ୍କ ଅନଟାଇଟେଲ ଫିଲ୍ମ ଆସିବାକୁ ଯାଉଥିବା ନେଇ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ପୂର୍ବରୁ ବରୁଣ ‘ବଓ୍ଵାଲ’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବରୁଣ ଓ ଜାନବି ଏକା ସହିତ ନଜର ଆସିବେ ।

ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି “VD18″ର ସୁଟିଂ :

ବରୁଣ ଧାଓ୍ଵନ ଆଜିକାଲି ରାଜ ଓ ଡିକେଙ୍କ ୱେବ୍‌ ସିରିଜ  ‘Citadel’ ର ସୁଟିଂରେ ବ୍ୟସ୍ତ ଥିବା ସମୟରେ, ତାଙ୍କ ଆଗାମୀ  ଫିଲ୍ମ ‘ବଓ୍ଵାଲ’ ଜୁଲାଇ ୨୧ ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି । ଏହା ପରେ “VD18” ର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.