କର୍ମଚାରୀଙ୍କ ୩% ବଢ଼ିବ ଘର ଭଡ଼ା ଭତ୍ତା!

ଖୁବ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ବଢ଼ିବ ଘର ଭଡ଼ା ଭତ୍ତା, HRA ରେ ୩% ବୃଦ୍ଧି ନେଇ ଆଶଙ୍କା । କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରିମା। ଖୁବ ଶୀଘ୍ର ଲାଗୁ ହେବ ନୂଆ ବର୍ଦ୍ଧିତ ହାଉସ ରେଣ୍ଟ ଆଲାଉନ୍ସ। ଏମିତିରେ ସରକାରି କର୍ମଚାରୀଙ୍କୁ ମହଙ୍ଗା ଭତ୍ତାରେ ବଡ଼ ଫାଇଦା ମିିଳିବ। ସରକାର ଜଲଦି ଘର ଭଡ଼ା ଭତ୍ତା ୩% ବଢ଼ାଇବାର ଯୋଜନା ରହିଛି। ଏହାପୂର୍ବରୁ ହାଉସ୍‌ ରେଣ୍ଟ ଆଲାଉନ୍ସକୁ ଜୁଲାଇ ୨୦୨୧ ରେ ସଂଶୋଧିତ କରାଯାଇଥିଲା।

କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରିମା। ଖୁବ ଶୀଘ୍ର ଲାଗୁ ହେବ ନୂଆ ବର୍ଦ୍ଧିତ ହାଉସ ରେଣ୍ଟ ଆଲାଉନ୍ସ। ଏମିତିରେ ସରକାରି କର୍ମଚାରୀଙ୍କୁ ମହଙ୍ଗା ଭତ୍ତାରେ ବଡ଼ ଫାଇଦା ମିିଳିବ। ସରକାର ଜଲଦି ଘର ଭଡ଼ା ଭତ୍ତା ୩% ବଢ଼ାଇବାର ଯୋଜନା ରହିଛି। ଏହାପୂର୍ବରୁ ହାଉସ୍‌ ରେଣ୍ଟ ଆଲାଉନ୍ସକୁ ଜୁଲାଇ ୨୦୨୧ ରେ ସଂଶୋଧିତ କରାଯାଇଥିଲା।

ସରକାରଙ୍କ ତରଫରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଢ଼ିଆ ଗିଫ୍ଟ। ସରକାରଙ୍କ ଠୁ ତାଙ୍କ ପାଇଁ ଏକ ଭଲ ଖବର ଶୁଣିବାକୁ ମିଳିବ। ନିକଟରେ ମହଙ୍ଗା ଭତ୍ତା ବଢ଼ିଥିବା ବେଳେ ଏବେ ଦରମାରେ ଆଡ୍‌ ହେବ ନୂଆ ବର୍ଦ୍ଧିତ ହାଉସ ରେଣ୍ଟ ଆଲାଉନ୍ସ। ତେବେ ଏହା କେତେ ପ୍ରତିଶତ ଲାଗୁ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ସରକାରୀ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ବିଭିନ୍ନ ବିଭାଗ ଅନୁଯାୟୀ ନିର୍ଦ୍ଧାରିତ କରାଯିବ। ଯେଉଁଥିରେ କାର୍ଯ୍ୟରତ କର୍ମଚାରୀ ଅଛନ୍ତି। ଏଚଆର ବା ହାଉସ ରେଣ୍ଟ ଆଲାଉନ୍ସ କ୍ୟାଟେଗୋରୀ ତିନି ଭାଗରେ ବିଭକ୍ତ ହୋଇଛି। ଯେଉଁଥିରେ X, Y ଓ Z ଶ୍ରେଣୀ ରହିଛି। ବର୍ତ୍ତମାନ Z ବର୍ଗରେ କର୍ମଚାରୀଙ୍କ ପାଇଁ ଏଚଆରଏ ତାଙ୍କ ବେସିକ ସାଲାରୀର ୯% ରହିଛି।

ରିପୋର୍ଟ ଅନୁସାରେ ସରକାର କର୍ମଚାରୀଙ୍କ ପାଇଁ ଏଚଆରଏ ଖୁବ ଶୀଘ୍ର ୩% ବଢ଼ିପାରେ। Xଶ୍ରେଣୀରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ତାଙ୍କ ଏଚଆରଏ ରେ ୩% ବଢ଼ାଇବାର ସମ୍ଭାବନା ରହିଛି। ସେହିପରି Y ଶ୍ରେଣୀରେ କେବଳ ୨% ଏଚଆରଏ ବଢ଼ିପାରେ। ସେହିପରି Z ବର୍ଗରେ କର୍ମଚାରୀଙ୍କୁ ୧% ହାଉସ୍‌ ରେଣ୍ଟ ଆଲାଉନ୍ସ ବୃଦ୍ଧି ହୋଇପାରେ ବୋଲି ଶୁଣିବାକୁ ମିଳିଛି। ଏମିତିରେ X ଶ୍ରେଣୀଙ୍କୁ ୨୭% , Y ଶ୍ରେଣୀଙ୍କୁୁ ୧୮% ଓ Zଶ୍ରେଣୀଙ୍କୁ ୯% ମିଳିବ।

ମହଙ୍ଗା ଭତ୍ତା ର ଘୋଷଣା ହୋଇସାରିଛି। ଜୁଲାଇ ଆରମ୍ଭ ହେବାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ମିଳିବ। ଏବେ ଏହା ଅଫିସିଆଲ ରହିଛି ଯେ ସରକାର କର୍ମଚାରୀଙ୍କୁ ଜୁଲାଇ ୨୦୨୩ ରେ ୪୬% ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ। କର୍ମଚାରୀଙ୍କ ଡିଏ ଭୁଗତାନ ୪୨% ପରିବର୍ତ୍ତେ ୪୬% କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.