‘ଏଏ୨୨’କୁ ନେଇ ଆସିଲା ନୂଆ ଅପଡେଟ, ମହାଭାରତରେ ପ୍ରେରିତ ହେବ ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ

ଅଲ୍ଲୁ ଅର୍ଜୁନଙ୍କ ଅଗାମୀ ଫିଲ୍ମର ଡାଇରେକ୍ସନ ତ୍ରିବିକ୍ରମଙ୍କ ଦ୍ୱାରା ହେବ । ଏହା ମଧ୍ୟ କୁହାଯାଉଛି ଯେ, ଅଲ୍ଲୁ ଙ୍କ ଏହି ଫିଲ୍ମ ମହାଭାରତ ଠାରୁ ପ୍ରେରଣା ନେଇ ପ୍ରସ୍ତୁତ କରାଯିବ ।

ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଆଗାମୀ ଫିଲ୍ମ ‘ପୁଷ୍ପା ଦ ରୁଲ’ ଅର୍ଥାତ ‘ପୁଷ୍ପା ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ପରେ ଅଲ୍ଲୁ ଆଉ ଏକ ବଡ଼ ପ୍ରୋଜେକ୍ଟ ରେ ସାମିଲ ହେବେ । ରିପୋର୍ଟ ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ଅଗାମୀ ଫିଲ୍ମର ଡାଇରେକ୍ସନ ତ୍ରିବିକ୍ରମଙ୍କ ଦ୍ୱାରା ହେବ । ଏହା ମଧ୍ୟ କୁହାଯାଉଛି ଯେ, ଅଲ୍ଲୁ ଙ୍କ ଏହି ଫିଲ୍ମ ମହାଭାରତ ଠାରୁ ପ୍ରେରଣା ନେଇ ପ୍ରସ୍ତୁତ କରାଯିବ ।

ଅଲ୍ଲୁଙ୍କ ଆଗାମୀ ଫିଲ୍ମର ନାମ ବର୍ତ୍ତମାନ ସୁଦ୍ଧା ଫାଇନାଲ ହୋଇନାହିଁ । ଏଥିପାଇଁ ମେକର୍ସ ମାନେ ଫିଲ୍ମ ନାଁ ନିର୍ଦ୍ଧାରିତ ହେବା ପର୍ଯ୍ୟନ୍ତ ଏହାର ନାମ ‘ଏଏ୨୨’ ରଖିଛନ୍ତି । ଆଗାମୀ ସମୟରେ ମେକର୍ସ ଫିଲ୍ମର କାଷ୍ଟକୁ ମଧ୍ୟ ଘୋଷଣା କରିବେ । ଅଲ୍ଲୁ ଙ୍କ ଏହି ଫିଲ୍ମ କେବଳ ତେଲୁଗୁ ନୁହେଁ ଏହା ହିନ୍ଦୀ ଏବଂ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ ।

ମହାଭାରତରୁ ପ୍ରେରଣା ନେଇ ଫିଲ୍ମ ପ୍ରସ୍ତୁତ କରାଯାଉଛି ବୋଲି ଖବର ମିଳିଛି । ଏହି ଫିଲ୍ମ କିଛି ସାମାଜିକ ଋଢ଼ିବାଦୀ ମୁଦ୍ଦା ଉପରେ ଆଧାରିତ ହେବ ବୋଲି ଚର୍ଚ୍ଚା ହେଉଥିବାବେଳେ ମେକର୍ସ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଯଦି ଏଭଳି ହୋଇଥାନ୍ତା ତେବେ ଏହି ଫିଲ୍ମ ମହାଭାରତର ଦୁଇଟି ଏପିସୋଡକୁ ଆଧୁନିକ ରୂପରେ ଦେଖାଇବା ପାଇଁ ପ୍ରୟାସ କରିବ ।

‘ଏଏ୨୨’ ଦ୍ୱାରା ଅଲ୍ଲୁ ଏବଂ ନିର୍ଦ୍ଦେଶକ ତ୍ରିବିକ୍ରମ ପୁଣି ଏକାଠୀ ହେବେ । ଏହି ଫିଲ୍ମ ଚତୁର୍ଥ ଫିଲ୍ମ ହେବ ଯେଉଁଥିରେ ଏମାନଙ୍କ ଯୋଡ଼ି ଦେଖିବାକୁ ମିଳିବ । ନିର୍ଦ୍ଦେଶକ ତ୍ରିବିକ୍ରମ ଏବଂ ସେମାନଙ୍କ ଟିମ ଫିଲ୍ମର କାଷ୍ଟିଙ୍ଗ କାମରେ ବ୍ୟସ୍ତ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.