ଅଟୋକୁ ସାମ୍ନାରୁ ଧକ୍କା ଦେଲା କାର, ୬ ମୃତ

ଆଗ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପା ପୁଅ ଜୀବନ । ଅଟୋକୁ ସାମ୍ନାରୁ ଧକ୍କା ଦେଲା କାର୍‌ । ଘଟଣାସ୍ଥଳରେ ବାପ ପୁଅ ସମେତ ୬ ମୃତ ।

ଆଗ୍ରା ଖେରାଗଡ ସହରର ସାଇୟା ରୋଡରେ ଏକ ଅଟୋ ଏବଂ କାର ମୁହାଁମୁହିଁ ଧକ୍କା । ଫଳରେ ଦୁର୍ଘଟଣାରେ ବାପା ଓ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଆଗ୍ରା ପଠାଯାଇଛି। ଦୁର୍ଘଟଣାରେ ଅଟୋଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି।

ପୋଲିସ କହିବା ମୁତାବକ, ସୋମବାର ରାତିରେ ଏକ ଅଟୋରେ ଯାତ୍ରୀ ଆଗ୍ରାରୁ ଖେରାଗଡକୁ ଆସୁଥିଲା। ଅଟୋରେ ଡ୍ରାଇଭର ସମେତ ୧୦ ଜଣ ଲୋକ ବସିଥିଲେ। ଅଟୋ କେରଗଡ-ସାଇୟା ରାସ୍ତାରେ ଥିବା ଦିନଦୟାଲ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ସାମ୍ନା ପଟୁ ଆସୁଥିବା ଏକ ର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅଟୋଟି ଓଲଟି ପଡିବା ସହିତ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଅଟୋରେ ଥିବା ଲୋକ ଅଟୋ ତଳେ ଚାପି ହୋଇଯାଇଥିଲେ । ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ ।

ଦୁର୍ଘଟଣା ପରେ ପୋଲିସ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆହତଙ୍କ ଚିକିତ୍ସା ପାଇଁ ହସପିଟାଲ ପଠାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି । ପୋଲିସ କାରକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.