ପୋଲିସ DGPଙ୍କ ଘୋଷଣା, ଭଲକାମ କର ପୁରସ୍କାର ସହ ବିଦେଶ ଯାତ୍ରାର ସୁଯୋଗ ପାଅ

ଭୁବନେଶ୍ବର(କେନ୍ୟୁଜ୍): ଫାଇଭ ଟିରେ ଭଲ କାମ କରୁଥିବା ପୋଲିସ ଅଫିସରଙ୍କୁ କରାଯିବ ପୁରସ୍କୃତ । ସେହିପରି ଗୋଟିଏ ବର୍ଷ ମଧ୍ୟରେ ହତ୍ୟାକାଣ୍ଡ କିମ୍ବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିପାରିଲେ ମାମଲାର ତଦନ୍ତକାରୀ ଅଧିକାରୀ ମଧ୍ୟ ପୁରସ୍କୃତ ହେବେ । ପୁରସ୍କୃତ ଅଧିକାରୀଙ୍କୁ ବିଦେଶ ଭ୍ରମଣର ସୁଯୋଗ ମିଳିବ । ଫଳରେ ବିଭିନ୍ନ ମାମଲାରେ ତଦନ୍ତକାରୀ ଅଫିସରଙ୍କ ଆଗ୍ରହ ବୃଦ୍ଧି ହେବ ବୋଲି ପୋଲିସ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି । ଚଳିତବର୍ଷ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଥାନାରେ ଫାଇଭ ଟି ଲାଗୁ କରିଛନ୍ତି । ଏହି ଯୋଜନାରେ ଥାନାକୁ ଅଭିଯୋଗକାରୀ ଯିବା ପରେ ସେମାନଙ୍କ ମୋବାଇଲ ଫୋନ ନମ୍ବର ପଞ୍ଜିକରଣ କରାଯାଉଛି । ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଆସୁଛି ଏସଏମଏସ୍‌ । ଏହାପରେ ଅଭିଯୋଗକାରୀଙ୍କଠାରୁ ଫିଡବ୍ୟାକ୍‌ ନେଉଛି ଓଡିଶା ପୋଲିସର କଲ ସେଣ୍ଟର । ଯେଉଁ ସବୁ ଥାନାର ରିପୋର୍ଟ ଖରାପ ରହୁଛି, ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.