ଆଜିଠୁ କଡା କାର୍ଯ୍ୟାନୁଷ୍ଠାନ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଗଣିବେ ମୋଟା ଅଙ୍କର ଫାଇନ

ଆଜି ଠାରୁ ପରିବହନ ବିଭାଗର ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପରିବହନ ବିଭାଗର ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମସ୍ତ ଆରଟିଓଙ୍କୁ କଡାକଡି ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ। ୧୦ ଲକ୍ଷ ଯାନ ଏପର୍ଯ୍ୟନ୍ତ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲଗାଇ ନାହାନ୍ତି। ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ନ ଥିଲେ ଗାଡି ରାସ୍ତାକୁ ଆଣନ୍ତୁ ନାହିଁ ବୋଲି କୁହାଯାଇଛି। ଆବେଦନ କରି ନମ୍ବର ପ୍ଲେଟ ଲଗାଇ ସାରି ଗାଡି ବାହାରକୁ କାଢ଼ନ୍ତୁ। ଫେକ ରେଜିଷ୍ଟ୍ରେସନ କରିଥିବା ଗାଡ଼ି ସିଜ ହେବ। ବୁକ କରି ନ ଥିବା ଗାଡ଼ି ମଧ୍ୟ ସିଜ ହେବ ବୋଲି କୁହାଯାଇଛି।

ଅନ୍ୟପଟେ ଏସ.ଟି.ଏ ର ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି ଯେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍ଲଟ ବୁକିଙ୍ଗ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଫାଇନ କରାଯିବ ନାହିଁ। ରାଜ୍ୟର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଗାଡି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆବେଦନ କରିଛନ୍ତି। ୩୭ ଲକ୍ଷରୁ ଉର୍ଦ୍ଧ୍ବ ଗାଡ଼ିରେ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲାଗି ସାରିଛି। ବାକି ୩ ଲକ୍ଷ ବ୍ୟକ୍ତି ପ୍ରକ୍ରିୟା ଭିତରେ ଅଛନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.