ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା, ବ୍ରହ୍ମପୁର-ପୁରୀ ମଧ୍ୟରେ ଜଓ୍ୱାଦର ହୋଇପାରେ ଲ୍ୟାଣ୍ଡଫଲ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ବିଭିନ୍ନ ପାଣିପାଗ ସଂସ୍ଥା ସାଇକ୍ଲୋନ ଅନୁମାନ କରୁଛନ୍ତି । ୩୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଓ୍ଵିଣ୍ଡିର GFS ମଡେଲ ଦର୍ଶାଉଛି, ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନିକଟରେ ଅତିକ୍ରମ କରିପାରେ ।

ତେବେ ଏହା ବ୍ରହ୍ମପୁରରୁ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଅନ୍ୟପଟେ ଓ୍ଵିଣ୍ଡିର ୟୁରୋପିଆନ୍‌ ମେଡଲ୍‌ ECMWF ଦର୍ଶାଉଛି, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହୋଇ ବିଶାଖାପାଟଣାରେ ପହଞ୍ଚିବ । ତବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ନେଇ ସଠିକ ସୂଚନା ମିଳିପାରେ ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ  ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ତେବେ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି କୁହାଯାଇନାହିଁ । ତେବେ ବିଭିନ୍ନ ପାଣିପାଗ ସଂସ୍ଥାର ବିଭିନ୍ନ ମଡେଲ ଅନୁଯାୟୀ, ଅବପାତ ପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ହେଲେ ଡିପ୍ରେସନ, ଘନୀଭୂତ ହେବା ଓ ଗତିପଥ ନେଇ ବଡ଼ଧରଣର ଭିନ୍ନତା ରହିଛି । ୱିଣ୍ଡିର ଜିଏଫଏସ ମଡେଲ ଅନୁଯାୟୀ ଆସନ୍ତାକାଲି ରାତିରୁ ସାମୁଦ୍ରିକ ଝଡ଼ ଗଲ୍‌ଫ ଅଫ ଥାଇଲାଣ୍ଡ ଆଡୁ ଗତି କରିବ। ୟୁରୋପିଆନ ମଡେଲ ଅନୁଯାୟୀ, ଡିସେମ୍ବର ଏକ ତାରିଖରେ ଲଘୁଚାପ ଏବଂ ଦୁଇ ତାରିଖରେ ଏହା ଅବପାତରେ ପରିଣତ ହେବ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.