ରାଜ୍ୟରେ ମୌସୁମୀ ଦୁର୍ବଳ: ଦିନରେ ବଢ଼ୁଛି ତାତି ଓ ଗୁଳୁଗୁଳି

୩ରୁ ୪ ଦିନ ଧରି ରାଜ୍ୟରେ କମିଛି ବର୍ଷା ପରିମାଣ। ବର୍ତ୍ତମାନ ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ପ୍ରବାହ। ନିମ୍ନ ଚାପରେଖା ଓଡ଼ିଶାଠାରୁ ଯଥେଷ୍ଟ ଉତ୍ତରରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପଟେ ପ୍ରବଳ ଗୁଳୁଗୁଳି ପରେ ଆସୁଛି ବଡ଼ ବର୍ଷା ।

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଦୁର୍ବଳ ପାଇଁ ଗୁଳୁଗୁଳି। ୩ରୁ ୪ ଦିନ ଧରି ରାଜ୍ୟରେ କମିଛି ବର୍ଷା ପରିମାଣ। ବର୍ତ୍ତମାନ ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ପ୍ରବାହ। ନିମ୍ନ ଚାପରେଖା ଓଡ଼ିଶାଠାରୁ ଯଥେଷ୍ଟ ଉତ୍ତରରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପଟେ ପ୍ରବଳ ଗୁଳୁଗୁଳି ପରେ ଆସୁଛି ବଡ଼ ବର୍ଷା । ଗତ ୨ ଦିନ ଧରି ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠୁ ପାଗରେ ହେବ ପରିବର୍ତ୍ତନ । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଉପକୂଳ ଓଡ଼ିଶାର କିଛି ଜିଲ୍ଳାରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ କାଳବୈଶାଖୀ ସମ୍ଭାବନା ରହିଛି । ତେବେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ । ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୪ତାରିଖରୁ ବର୍ଷାର ପରିମାଣ ବିସ୍ତୁତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.