ଋଣ ଟଙ୍କା ନେବା ପାଇଁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘରେ ବସିରହିଥିଲେ ଫାଇନାନ୍ସ କର୍ମଚାରୀ, ସୁଝି ନପାରିବାରୁ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି

ଟଙ୍କା ନଥିବା ଜଣାଇବା ପରେ କର୍ମଚାରୀମାନେ ଘରୁ ପଳାଇଥିଲେ। ହେଲେ ଲୋକଲଜ୍ଜା ସହିନପାରି ଘରେ ଭିତରେ ରଶି ଲଗାଇ ବୃଦ୍ଧ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଝୁଲିପଡ଼ିଥିଲେ।

ଖୋର୍ଦ୍ଧା(କେନ୍ୟୁଜ୍): ଋଣ ଭାର ସହିନପାରି ଝୁଲିପଡ଼ିଲେ। ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ମୃତକ ଦୁଇ ଜଣ ବାନାମ୍ବର ବେହେରା ଓ ବନିତା ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ି ଉପରସାହି ଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ନେଇଥିଲେ ଦମ୍ପତି। ହେଲେ ଋଣ ସୁଝି ନପାରିବାରୁ ଫାଇନାନ୍ସ କମ୍ପନୀର କର୍ମଚାରୀ କିସ୍ତି ଟଙ୍କା ନେବା ପାଇଁ ଘରେ ପହଁଞ୍ଚିଥିଲେ। ଟଙ୍କା ନେବା ପାଇଁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘରେ ବସିରହିଥିଲେ।

ଟଙ୍କା ନଥିବା ଜଣାଇବା ପରେ କର୍ମଚାରୀମାନେ ଘରୁ ପଳାଇଥିଲେ। ହେଲେ ଲୋକଲଜ୍ଜା ସହିନପାରି ଘରେ ଭିତରେ ରଶି ଲଗାଇ ବୃଦ୍ଧ ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଝୁଲିପଡ଼ିଥିଲେ। ଗାଁଲୋକେ ଦୁଇ ଜଣଙ୍କୁ ଉୁଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.