ଦିଲ୍ଲୀ ଏୟାରପୋର୍ଟରେ ମହିଳାଙ୍କ ଠାରୁ ମିଳିଲା ୨୨ଟି ଜୀବନ୍ତ ଗୁଳି ଏବଂ ବନ୍ଧୁକ, ମହିଳାଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ ଏୟାରପୋର୍ଟରେ ମହିଳାଙ୍କ ଠାରୁ ୨୨ଟି ଜୀବନ୍ତ ଗୁଳି ଏବଂ ବନ୍ଧୁକ ଜବତ କରିଛି ପୋଲିସ । ମହିଳାଙ୍କୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି ପୋଲିସ ।

ଦିଲ୍ଲୀ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରିବା ସହିତ ମାମଲାର ଯାଞ୍ଚ କରୁଛି ।

ଖବର ମୁତାବକ, ଅକାସା ବିମାନରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏହି ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରିବା ସହିତ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ମହିଳାଙ୍କ ନାମ ଯଶୀ ସିଂହ ବୋଲି ପୋଲିସ ସୂଚନା ଦେଇଛି । ମହିଳାଙ୍କ ପାଖରେ ବନ୍ଧୁକ ରଖିବା ଲାଗି ଆବଶ୍ୟକ କାଗଜପତ୍ର ନ ଥିଲା । ଏବେ ଆଜିଆଇ ଏୟାରପୋର୍ଟ ଥାନାରେ ଧାରା ୨୫ ଅସ୍ତ୍ରଶସ୍ତ୍ର ଅଧିନିୟମ ଆଧାରରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି ।

ଏହା ପୂର୍ବରୁ ଏହି ଏୟାରପୋର୍ଟରେ ୬ ଟି ବନ୍ଧୁକ ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଥଇଲା । ଚଳିତବର୍ଷ ଏହି ଏୟାରପୋର୍ଟରୁ ୧୨୫ ବନ୍ଧୁକ ଜବତ କରିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.