ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା: ଅସହ୍ୟ ଗୁଳୁଗୁଳିରୁ ମିଳିଲା ତ୍ରାହି

ଭୁବନେଶ୍ୱର ( କେନ୍ୟୁଜ): ବଦଳିଲା ପାଗ। ଅସହ୍ୟ ଗୁଳୁଗୁଳିରୁ ମିଳିଲା ତ୍ରାହି । ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା। କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ ରାଜ୍ୟରେ ବିସ୍ତୃତ ବର୍ଷା ସମ୍ଭାବନା ବୋଲି ଆଗୁଆ ଆକଳନ କରିଛି ପାଣିପାଗ କେନ୍ଦ୍ର। ଆସ୍ତେ ଆସ୍ତେ ଦକ୍ଷିଣ ମୁହାଁ ହେଉଛି ମୌସୁମୀ ନିମ୍ନ ଚାପ-ରେଖା । ମୌସୁମୀ ନିମ୍ନ-ଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ହରଦୋଇ , ଗୋରଖପୁର, ପାଟନା, ଜାମସେଦପୁର, ପଶ୍ଚିମବଙ୍ଗ ର ଦିଘା ରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଯାହା ପ୍ରଭାବରେ ଆଜି ୪ ଟି ଜିଲ୍ଲା ଗଜପତି,ରାୟଗଡ଼ା,ନବରଙ୍ଗପୁର,କୋରାପୁଟରେ ପ୍ରବଳ ବର୍ଷା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣି।

୮ ତାରିଖ ରୁ ବର୍ଷା ର ପରିମାଣ ବଢିବ। ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,କନ୍ଧମାଳ ରେ ପ୍ରବଳ ବର୍ଷା ଜାରି ରହିବ । ୯ ତାରିଖ ରେ ୮ ଜିଲ୍ଲା କୁ ସତର୍କ କରିଚି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କିଛି ସ୍ଥା ରେ ଘଡଘଡି ହେବା ନେଇ ପୂର୍ବାନୁମାନ କରିଚି କେନ୍ଦ୍ର । ଗତ ୨୪ ଘଂଟା ରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ୮୬ .୪ ମିମି, ସାମଖୁମୁଣ୍ଟା ରେ ୩୯ .୦ ମି ବର୍ଷା ରେକର୍ଡ ହୋଇଛି । ଜୁନ ୧ ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ୧୦୦୬.୭ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୩ ପ୍ରତିଶତ ଅଧିକ ରହିଛି । ୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ରେ ନିଅଣ୍ଟିଆ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.