ଧଳା କେଶକୁ କଳା କରିବାରେ କାମରେ ଆସିବ ନଡ଼ିଆ ତେଲ; ବାସ୍‌ ଏହି ଦୁଇଟି ଜିନିଷକୁ କରନ୍ତୁ ମିଶ୍ରଣ…

ଆଜିକା ସମୟରେ ଧଳା କେଶ ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ଏଥିରୁ ଛୁଟକାରା ପାଇବା ପାଇଁ ଲୋକେ ଅନେକ ପ୍ରଡକ୍ଟ ଉପଯୋଗ କରୁଛନ୍ତି। ହେଲେ ସେଗୁଡ଼ିକ ସେତେଟା ପ୍ରଭାବଶାଳୀ ହୋଇପାରୁ ନାହିଁ। ଏମିତିରେ ଅନେକ ଘରୋଇ ଉପଚାର ମଧ୍ୟ ରହିଛି, ଯାହାକି ଧଳା କେଶ ସମସ୍ୟାକୁ ଦୂର କରିବାରେ ଲାଭଦାୟକ ପ୍ରମାଣିତ ହୋଇପାରିବ। ଆପଣ ସାଧାରଣତଃ ନଡ଼ିଆ ତେଲକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରିଥିବେ, କିନ୍ତୁ କ’ଣ କେବେ ଧଳା କେଶ ପାଇଁ ଏହି ତେଲ ଲଗାଇଛନ୍ତି? ବାସ୍ତବରେ, ନଡ଼ିଆ ତେଲକୁ ସିଧା କେଶରେ ଲଗାଇଲେ କେଶ କଳା ହୋଇ ନ ଥାଏ, ବରଂ ଏଥିରେ କିଛି ଜିନିଷ ମିଶାଇଲେ ତାହା ତୁରନ୍ତ ପ୍ରଭାବ ପକାଇଥାଏ। ଫଳରେ ଧଳା କେଶ ଧୀରେ ଧୀରେ କଳାରେ ପରିଣତ ହୋଇଥାଏ।

ତେବେ ଆପଣଙ୍କୁ ଏହି ଉପଚାର କରିବା ପାଇଁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ, ବରଂ ଏହା ସହଜରେ ପ୍ରସ୍ତୁତ ହୋଇଯିବ। ଆସନ୍ତୁ ଜାଣିବା, ଏହି ଲାଭକାରୀ ଉପଚାର ବିଷୟରେ…

ନଡ଼ିଆ ତେଲ ଓ ଭୃସଙ୍ଗ ପତ୍ର

ଧଳା କେଶରେ ଏହି ଉପଚାର କୌଣସି ରାମବାଣ ଚିକିତ୍ସାଠାରୁ କମ୍ ପ୍ରମାଣିତ ହେବ ନାହିଁ। ଆପଣ ନିଜ ଧଳା କେଶକୁ କଳା କରିବା ପାଇଁ ଏହି ଘରୋଇ ଉପଚାରର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରାୟ ୧୨ରୁ ୧୫ଟି ଭୃସଙ୍ଗ ପତ୍ର ନେବାକୁ ପଡିବ। ଭୃସଙ୍ଗ ପତ୍ରକୁ ଭଲ ଭାବରେ ଧୋଇବା ପରେ ତାହାକୁ ଅଲଗା ଭାବେ ରଖି ଦିଅନ୍ତୁ। ଏବେ ୨ ଚାମଚ ନଡ଼ିଆ ତେଲ ନେଇ ଗରମ କରନ୍ତୁ।

ଏହାପରେ ସେଥିରେ ଭୃସଙ୍ଗ ପତ୍ର ମିଶାଇ ଗରମ କରନ୍ତୁ ଏବଂ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହି ତେଲକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ କେଶରେ ଭଲ ଭାବରେ ମାଲିସ୍ କରି ପ୍ରୟୋଗ କରନ୍ତୁ। ଏହି ମିଶ୍ରଣକୁ ୪୫ ମିନିଟ୍‌ରୁ ୨ ଘଣ୍ଟା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ। ଶେଷରେ କେଶକୁ ଭଲ ଭାବରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହି ଘରୋଇ ଉପଚାରକୁ ଆପଣ ସପ୍ତାହରେ ଦୁଇ ଥର କରି ପାରିବେ।

ନଡ଼ିଆ ତେଲ ଓ ଲେମ୍ବୁ ରସ

ଧଳା କେଶକୁ କଳା କରିବା ପାଇଁ ଆପଣ ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ପାରିବେ। ଲେମ୍ବୁ ରସରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଅକ୍ସିଡେଟିଭ୍ ଚାପକୁ ଦୂର କରିଥାଏ। କେଶରେ ନଡ଼ିଆ ତେଲ ଏବଂ ଲେମ୍ବୁକୁ ଏକ ସାଥୀରେ ବ୍ୟବହାର କରିବା ଦ୍ୱାରା କେଶ ଧଳା ହେବା ବନ୍ଦ ହୋଇ ଯାଇଥାଏ। ଆପଣ ଏହି ମିଶ୍ରଣକୁ ସପ୍ତାହରେ ଦୁଇ ଥର ବ୍ୟବହାର କରି ପାରିବେ।

ମିଶ୍ରଣ ତିଆରି କରିବା ପାଇଁ ୪ ଚାମଚ ନଡ଼ିଆ ତେଲ ସହିତ ୪ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାପରେ ମୂଳରୁ ନେଇ କେଶର ଅଗ୍ରଭାଗ ପର୍ଯ୍ୟନ୍ତ ଲଗାନ୍ତୁ। ଏହାକୁ ମୁଣ୍ଡରେ ପାଖାପାଖି ୪୫ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.