ପୁରୀ (କେନ୍ୟୁଜ): ଟଙ୍କା ଧାର ଦେଇ ଫେରସ୍ତ ନେବା ପରେ ବଟି ମାଗି ପୁରୀ ବଳିଆପଣ୍ଡା ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ମୂଷା। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମୀପ୍ରିୟା ବାରିକ ମୂଷା ଠାରୁ ୩ ହଜାର ଟଙ୍କା କରଜ ନେଇଥିଲେ। ତିନି ମାସ ଭିତରେ ଟଙ୍କା ଫେରାଇଦେଇଥିଲେ ହେଁ ମୂଷା ପ୍ରତି ମାସରେ ୫ ହଜାର ଟଙ୍କା ଲେଖାଏଁ ବଟି ମାଗିଥିବା ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରିଥିଲେ ହେଁ ମୂଷା ଫେରାର ଥିଲା। ଶେଷରେ ମୂଷା ଓରଫ ଟୁଟୁ ମଲ୍ଲିକକୁ ଗିରଫ କରିଛି ପୋଲିସ।