ହାତକୁ ଦୁଇ ହାତ ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ, ଡିସେମ୍ବରରେ ହୋଇପାରେ ବିବାହ !

ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି । ଅନେକ ସମୟ ହେବ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଆଥିୟା ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ । ବିବାହର ଭେନ୍ୟୁ ଫାଇନାଲ୍‌ ହୋଇସାରିଛି । ତେବେ ବିବାହ ତାରିଖ ସ୍ଥିର ହୋଇନାହିଁ । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ଏହି କପଲ୍‌ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ବିଟାଉନରେ ଚର୍ଚ୍ଚା ହେଉଛି । ଝିଅର ବିବାହ ମୁମ୍ବାଇର ଗହଳିଠୁ ଦୂରରେ ଖଣ୍ଡାଲାରେ କରିବାକୁ ସ୍ଥିର କରିଛନ୍ତି ସୁନୀଲ ସେଟ୍ଟୀ । ଖଣ୍ଡାଲାରେ ସୁନୀଲଙ୍କ ଏକ ବିଳାସମୟ ଓ ବିରାଟ ଆଲିସାନ ଘର ରହିଛି । ଚର୍ଚ୍ଚା ହେଉଛି ରାହୁଲ ନିଜ ବ୍ୟସ୍ତ ସିଡ୍ୟୁଲରୁ ଫ୍ରି ହେବା ପରେ ବିବାହ ତାରିଖ ସ୍ଥିର ହେବ । ବିବାହ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୁମ୍ବାଇର ଏକ ଆଗଧାଡ଼ିର ୱେଡିଂ ଅର୍ଗାନାଇଜରକୁ ଦାୟିତ୍ୱ ଦିଆଯାଇଛି ।

କିଛି ଦିନ ତଳେ ଆଥିୟାଙ୍କ ବାପା ସୁନିଲ ସେଟ୍ଟୀ ସ୍ପଷ୍ଟ କରିଥିଲେ କି, ରାହୁଲ ଓ ଆଥିଆଙ୍କର ବିବାହ ହେବ, କିନ୍ତୁ ଏବେ ନୁହେଁ ପରେ। ଅଭିନେତା ଏହା ବି କହିଥିଲେ ଯେ ବର୍ତ୍ତମାନ କେଏଲ୍‌ ରାହୁଲ ଲଗାତାର ବିଭିନ୍ନ ଗସ୍ତ କାରଣରୁ ବହୁତ ବ୍ୟସ୍ତ ରହୁଛନ୍ତି ଏବଂ ବିବାହ ପାଇଁ ଦୁହିଁଙ୍କ ପାଖରେ ଏବେ ସମୟ ନାହିଁ।

କହି ରଖୁଛୁ, ସୁନିଲ ସେଟ୍ଟୀ ନିକଟରେ ଏକ ଇଣ୍ଟରଭ୍ୟୁରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ ବିଷୟରେ କହିଥିଲେ। ସେ କହିଥିଲେ କି, ‘ମୋତେ ଲାଗୁଛି, ପିଲାମାନେ ଯେମିତି ଚାହିଁବେ, ସେମିତି ହେବ। ରାହୁଲଙ୍କ ସେଡ୍ୟୁଲ ରହିଛି। ଏ ଯେତେବେଳେ ପିଲାମାନଙ୍କୁ ବ୍ରେକ୍‌ ମିଳିଯିବ, ସେତେବେଳେ ବିବାହ ହେବ। ଗୋଟିଏ ଦିନରେ ବିବାହ ହୋଇ ପାରିବନି…’।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.