ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। କିଛି ଦିନ ତଳେ ପାରାଦୀପ ପୋର୍ଟ ଲାଞ୍ଚ କାରବାର ନେଇ ଗିରଫ ହୋଇଥିଲେ ଚର୍ଚ୍ଚିତ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ନିର୍ଦ୍ଦେଶ ଦିଆଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ଗତମାସ ୬ ତାରିଖରେ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିଲେ। ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଚର୍ଚ୍ଚିତଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.