ବରୀରେ ଦିଲ୍ଲୀ ପୋଲିସ୍‌, ବେନାମୀ ସିମ୍‌ ଚାଲାଣ ମାମଲାରେ ଜଣେ ଗିରଫ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀରେ ଦିଲ୍ଲୀ ପୋଲିସର ଚଢାଉ।ଅନଲାଇନରେ ଠକେଇ କରିଥିବା ଯୁବକ ଗିରଫ। ଏକ ଠକେଇ ମାମଲାର ତଦନ୍ତ କରି ଦିଲ୍ଲୀ ପୋଲିସ ବରୀରେ ପହଞ୍ଚି ବରୀ ପୋଲିସ ସହାୟତାରେ ଯୁବକକୁ ଗିରଫ କରିଛି। ଗିରଫ ଯୁବକକୁ ଯାଜପୁର କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ। ଗିରଫ ହୋଇଥିବା ଯୁବକ ଜଣକ ବରୀ ଥାନା ଅଧୀନସ୍ଥ ଭୂରୁଙ୍ଗା ଗ୍ରାମର ଦୁଶାସନ କରଙ୍କ ପୁଅ ପ୍ରିତମ କର (୩୦)।

ସୂଚନା ଅନୁସାରେ ପ୍ରିତମ କର ଫେକ୍ ଆଇଡି ବନାଇ ୫୦ ହଜାରରୁ ଅଧିକ ସିମ୍ ଆକ୍ଟୀଭି କରି ଦିଲ୍ଲୀ,ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଆଦି ରାଜ୍ୟକୁ ପଠାଇ ଅନଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ଜଣାପଡ଼ିଛି। ବରୀରେ ରହି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୋରିଅର ମାଧ୍ୟମରେ ସିମ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି। ତେବେ ଗତକାଲି ରାତିରେ ପ୍ରିତମଙ୍କୁ ତାଙ୍କ ବରୀ ସ୍ଥିତ ଘରୁ ପୋଲିସ ଗିରଫ କରି ବରୀ ଥାନାରେ ରଖି ଅଧିକ ପଚରା ଉଚରା ଚଳାଇଥିଲା। ଆଜି ତାକୁ ଯାଜପୁର କୋର୍ଟରେ ହାଜର କରାଯିବା ପରେ ଟ୍ରାନଜିଟ ରିମାଣ୍ଡରେ ଦିଲ୍ଲୀ ପୋଲିସ ନେଇଥିବା ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.