Below header

ସ୍ବାଧୀନତା ଦିବସକୁ ଫିକା କରିପାରେ ବର୍ଷା ଓ ବଜ୍ରପାତ : ଛାତ୍ରଛାତ୍ରୀଙ୍କୁ ପରେଡରେ ଭାଗ ନେବା ମନା

ଭୁବନେଶ୍ବର (କେ ନ୍ଯୁଜ୍) : ରାଜ୍ୟର ଅଧିକାଂଶ ସ୍ଥାନରେ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆଜି ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ପରେଡରେ ଭାଗ ନେବାକୁ ମନା। ଛାତ୍ରଛାତ୍ରୀମାନେ ପରେଡ୍ରେ ଭାଗ ନେଇପାରିବେ ନାହିଁ । ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ଚିଠି ଲେଖିଛି । ରାଜ୍ୟସ୍ତରୀୟ, ଜିଲ୍ଲା ଓ ସବଡିଭିଜନ୍ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପରେଡରେ କେବଳ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେବେ । ସେହିପରି ସାଂସ୍କୃତିକ ଓ କ୍ରୀଡ଼ା ସଂପର୍କିତ କାର୍ୟ୍ୟକ୍ରମରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.