Below header

ନିଶ୍ଚିତ ମରଣରୁ ବଞ୍ଚିଗଲେ ମହିଳା, ଶାଶୁ ଶ୍ୱଶୁର ସ୍ୱାମୀ ମିଶିକି ମାରିବାକୁ କରିଥିଲେ ବହୁତ ଚେଷ୍ଟା

ବୋଧହୁଏ ସମୟ ପୂରି ନଥିଲା ତାଙ୍କର । ସେଥିପାଇଁ ନିଶ୍ଚିତ ମରଣରୁ ବର୍ତ୍ତି ଯାଇଛନ୍ତି ଏ ବଧୂ ଜଣକ । ବେକରେ ଓଢ଼ଣୀ ଲଗାଇ ମାରିବାକୁ ଉଦ୍ୟମ କରିଥିଲେ ବହୁତ । ଯାହାର ଚିତ୍ର ଜଳ ଜଳ ହୋଇ ଦେଖାଯାଉଛି ମହିଳା ବେକରେ । ମହିଳାଙ୍କ ଏପରି ଅବସ୍ଥା କରି ମେଡିକାଲରେ ପକାଇ ଦେଇଛନ୍ତି ତାଙ୍କ ନିଜ ସ୍ୱାମୀ ଓ ଶାଶୁ ଶ୍ୱଶୁର ।

ବାଲେଶ୍ୱର (କେନ୍ୟୁଜ) : ମରୁ ମରୁ ବଞ୍ଚିଗଲେ । ନିଶ୍ଚିତ ମରଣରୁ ବଞ୍ଚିଗଲେ ମହିଳା । ଶାଶୁ ଶ୍ୱଶୁର ସ୍ୱାମୀ ମିଶିକି ମାରିବାକୁ କରିଥିଲେ ବହୁତ ଚେଷ୍ଟା । କିନ୍ତୁ ବୋଧହୁଏ ସମୟ ପୂରି ନଥିଲା ତାଙ୍କର । ସେଥିପାଇଁ ନିଶ୍ଚିତ ମରଣରୁ ବର୍ତ୍ତି ଯାଇଛନ୍ତି ଏ ବଧୂ ଜଣକ । ବେକରେ ଓଢ଼ଣୀ ଲଗାଇ ମାରିବାକୁ ଉଦ୍ୟମ କରିଥିଲେ ବହୁତ । ଯାହାର ଚିତ୍ର ଜଳ ଜଳ ହୋଇ ଦେଖାଯାଉଛି ମହିଳା ବେକରେ । ମହିଳାଙ୍କ ଏପରି ଅବସ୍ଥା କରି ମେଡିକାଲରେ ପକାଇ ଦେଇଛନ୍ତି ତାଙ୍କ ନିଜ ସ୍ୱାମୀ ଓ ଶାଶୁ ଶ୍ୱଶୁର ।

ଆପଣ ପ୍ରତ୍ୟେକ ଥର ଖବର ଶୁଣିଥିବେ ଯେ ନିର୍ଯ୍ୟାତନା ଦେଇ ଶାଶୁ ଘର ଲୋକଙ୍କ ବଧୂ ହତ୍ୟା ସମ୍ପର୍କରେ । ଯେଉଁଥିରେ ଅତି ନିର୍ମମ ଭାବେ ହତ୍ୟା କରିଥାନ୍ତି ଶାଶୁ ଘର ଲୋକେ । ଏଠି କିନ୍ତୁ କେମିତି ଜଣେ ବଧୂ ସେହିଭଳି ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିକି ଫେରିଛି ତାର ଚିତ୍ର ଆପଣ ଦେଖିପାରିବେ ।

ଦ୍ୱିତୀୟ ବିବାହ କରିବା ପାଇଁ ପ୍ରଥମ ସ୍ତ୍ରୀ କୁ ହତ୍ୟା ଉଦ୍ୟମ । ବାଲେଶ୍ଵର ଜିଲ୍ଲା ପରିଖି ଫାଣ୍ଡି ଅଧୀନ ଯଶିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୂର୍ମୁଶୁ ଅବସ୍ଥାରେ ଯୁବତୀଙ୍କୁ ପଡୋଶୀଙ୍କ ସହାୟତାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଯଶିପୁର ଗାଁର ନସିବ ଅଲ୍ଲୀ ଖାଁ ୧୦ ବର୍ଷ ପୂର୍ବେ ସବନମ୍ ସବା ବିୱିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି କିନ୍ତୁ ଦ୍ଵିତୀୟ ବିବାହ କରିବା ପାଇଁ ସ୍ତ୍ରୀ ସବନମ୍ ସବା ବିୱି ଙ୍କୁ ନସିବ ଅଲ୍ଲୀ ଖାଁ ସବୁବେଳେ ମାର ଧର କରୁଥିଲେ । ତେବେ କିନ୍ତୁ ଆଜି ରୋଷେଇ ବେଳେ ପେଜ ପଡ଼ିବାକୁ କେନ୍ଦ୍ରକରି ସବନମ୍ ସବା ବିୱିଙ୍କୁ ସ୍ବାମୀ ନସିବ ଅଲ୍ଲୀ ଖାଁ, ଶ୍ବଶୁର ହବିବ ଅଲ୍ଲୀ ଖାଁ ଓ ଶାଶୂ ୱାଲେଦା ବିବି ମାଡ ମାରିବା ସହ ଓଢ଼ଣୀରେ ବେକକୁ ଫାଶୀରେ ଝୁଲେଇ ଦେଇଥିବା ଅଭିଯୋଗ ହୋଇଛି ।

ତାଙ୍କୁ ମୂର୍ମୁଶୁ ଅବସ୍ଥାରେ ବଡବାପା ଶ୍ବଶୁର ଓ ତାଙ୍କ ପରିବାର ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ସବନମ୍ ସବା ବିୱି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ୩ ଜଣଙ୍କ ନାମରେ ପରିଖି ଫାଣ୍ଡି ରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.