Below header

ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ବିଗ୍ରହ ହେଲା ଚୟନ, ଗର୍ଭଗୃହରେ ହେବ ସ୍ଥାପନ

କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜ ତିଆରି କରିଥିବା ରାମଲାଲାଙ୍କ ବିଗ୍ରହ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍ର ମହାସଚିବ ଚମ୍ପତ ରାୟ ସୋମବାର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୃଷ୍ଣଶିଳାରେ ନିର୍ମିତ ଏହି ବିଗ୍ରହର ଓଜନ ୧୫୦ରୁ ୨୦୦ କିଲୋଗ୍ରାମ ରହିଛି ।

ଚମ୍ପତ ରାୟ କହିଛନ୍ତି, ଅରୁଣ ଯୋଗୀରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଇଣ୍ଡିଆ ଗେଟ୍‌ରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ଅଯୋଧ୍ୟାରେ ବିଗ୍ରହ ତିଆରି କରିବା ସମୟରେ ସେ ପନ୍ଦର ଦିନ ଯାଏ ମୋବାଇଲ୍‌ ଫୋନ୍‌ଠାରୁ ଦୂରରେ ରହିଥିଲେ ।

ଚମ୍ପତ ରାୟଙ୍କ କହିବା ମୁତାବକ, ମନ୍ଦିରରେ ଯେଉଁ ବିଗ୍ରହ ସ୍ଥାପନ ହେବ, ତାହା ଭଗବାନ ରାମଙ୍କର ୫ ବର୍ଷର ବାଲ୍ୟାବସ୍ଥା । କହି ରଖୁଛୁ, ରାମ ମନ୍ଦିର ପାଇଁ ୩ ଜଣ ମୂର୍ତ୍ତିକାର ରାମଲାଲାଙ୍କ ବିଗ୍ରହ ତିଆରି କରିଥିଲେ । ସେଥିମଧ୍ୟରୁ ଅରୁଣ ଯୋଗୀରାଜ ତିଆରି କରିଥିବା ବିଗ୍ରହକୁ ଚୟନ କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.