ମହାକାଳ ଶରଣରେ ରବି ବିଷ୍ଣୋଇଙ୍କ ସହିତ ଅନ୍ୟ ୪ ଖେଳାଳି, ଭସ୍ମ ଆଳତିରେ ହେଲେ ସାମିଲ

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଜିତିବା ପରେ ମହାକାଳଙ୍କ ଶରଣରେ ଭାରତୀୟ ଟିମର ଖେଳାଳି। ରବି ବିଷ୍ଣୋଇ, ଜିତେଶ ଶର୍ମା, ଓ୍ଵାଂଶିଟନ ସୁନ୍ଦର ଏବଂ ତିଳକ ବର୍ମା ପ୍ରମୁଖ ମହାକାଳଙ୍କ ଭସ୍ମ ଆଳତି ଦେଖିବା ପାଇଁ ମହାକାଳେଶ୍ୱର ଯାଇଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି୨୦ ଜିତିସାରିଛି ଭାରତ । ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚ ଜିତିବା ପରେ ଟିମର କିଛି ଖେଳାଳି ମହାକାଳେଶ୍ୱର ମନ୍ଦିରରେ ‘ଭସ୍ମ ଆରତୀ’ରେ ସାମିଲ ହୋଇଥିଲେ । ରବି ବିଷ୍ଣୋଇ, ଜିତେଶ ଶର୍ମା, ଓ୍ଵାଂଶିଟନ ସୁନ୍ଦର ଏବଂ ତିଳକ ବର୍ମା ଆଳତି ନେଇଥିଲେ । ନନ୍ଦୀ ହଲରେ ବସି ବାବାଙ୍କ ବିଦ୍ୟ ଦର୍ଶନ କରିଥିଲେ ଖେଳାଳି । ଖେଳାଳି ଶ୍ରୀ ମହାକାଳେଶ୍ୱର ମନ୍ଦିର ପହଞ୍ଚିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଆରତୀ ପରେ ଟିମ୍‌ର ଓ୍ଵିକେଟ କିପର ଜିତେଶ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ମୁଁ ବାବା ମହାକାଳର ଭକ୍ତ ଏବଂ ସମୟ ମିଳିଲେ ବାବାଙ୍କ ଦର୍ଶନ କରିବାକୁ ଆସୁଛି । ମୋତେ ଏଠାକୁ ଆସି ଅଦ୍ଭୁତ ଆନନ୍ଦ ପ୍ରାପ୍ତି ହୋଇଥାଏ ।

ପ୍ରଥମ ଥର ବାବା ମହାକାଳଙ୍କ ଦର୍ଶନ କରିଥିବା ରବି ବିଷ୍ଣୋଇ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ବାବା ମହାକାଳ ମନ୍ଦିର ଏବଂ ଭସ୍ମ ଆରତୀ ବିଷୟରେ ଶୁଣିଥିଲି, କିନ୍ତୁ ଆଜି ଆଳତୀରେ ସାମିଲ ହୋଇ ଦିବ୍ୟ ଦର୍ଶନ କରିବାର ସୁଯୋଗ ମିଳିଲା ।

ଭାରତ ଆଫଗାନିସ୍ତାନକୁ ଦ୍ୱିତୀୟ ଟି୨୦ରେ ୬ ଓ୍ଵିକେଟରେ ହରାଇ ସିରିଜ ୨-୦ରେ ଆଗୁଆ ରହିଛି । ଏହାପୂର୍ବରୁ ଭାରତ ମୋହାଲିରେ ଆଫଗାନିସ୍ତାନକୁ ମାତ୍‌ ଦେଇଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଆଫଗାନୀ ଟିମ ୧୭୨ ରନ୍‌ କରିଥିଲା । ଯାହାକୁ ଭାରତୀୟ ବ୍ୟାଟର ୟଶସ୍ୱୀ ଜୟସଓ୍ଵାଲ (୬୮) ଏବଂ ଶିବମ ଦୁବେ ( ୬୩) ରନ୍‌ କରି ଜିତିନେଇଥିଲେ ।